।। ପ୍ରଥମ ଶିକାର କଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା ।।

Oct 31, 2024 - 20:28
 0  16
।। ପ୍ରଥମ ଶିକାର କଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା ।।

ବାରିପଦା : ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଯମୁନା ବାରାହା ଶିକାର କରିଛି। ସଫ୍ଟ ଏନକ୍ଲୋଜର ମଧ୍ୟରେ ବୁଧବାର ରାତିରେ ଏକ ବାରାହା ଛଡା ଯାଇଥିବା ବେଳେ ସେ ତାହାକୁ ଶିକାର କରିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନିଙ୍କ ଠାରୁ ସୂଚନା ମିଳିଛି। ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ବର୍ଷ ୭ମାସ ବୟସର ଯମୁନା ଶିମିଳିପାଳରେ ପହଁଚିଥିଲା। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ କବାଟଘାଇ ଠାରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଗତ ସୋମବାର ସକାଳେ ଛଡା ଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଶିକାର କରିବା ପାଇଁ ପ୍ରଥମ କରି ବାରାହା ପ୍ରଦାନ କରାଯାଇଛି। ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ବାଘୁଣୀ ରହିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଯମୁନା ଶିକାର କରିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏନକ୍ଲୋଜର ମଧ୍ୟରେ ସୁନ୍ଦର ଭାବେ ଚଳପ୍ରଚଳ କରୁଛି। ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଯମୁନାର ଗତିବିଧି ନିରୀକ୍ଷଣ କରୁଛନ୍ତି। ପ୍ରାୟ ସପ୍ତାହରୁ ୨ସପ୍ତାହ ପରେ ପିସିସିଏଫଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପ ଚିପ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି। ତେବେ ଦୀପାବଳି ପରେ ଅନ୍ୟ ଏକ ବାଘୁଣୀ ଆସିବାକୁ ଥିବା ବେଳେ ଯମୁନାଘାଟି କୋର ଅଞ୍ଚଳର ସଫ୍ଟ ଏନକ୍ଲୋଜରରେ ରହିବ ବୋଲି ସୂଚନା ମିଳିଛି।

ମୟୂରଭଞ୍ଜ ବାରିପଦା ରୁ ଶିବ ଶଙ୍କର ମାନ୍ନା ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ