।। ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ ।।

Oct 23, 2024 - 20:40
 0  17
।। ନୂଆପଡା ଜିଲ୍ଲାରେ ଦିଶା ବୈଠକ ଅନୁଷ୍ଠିତ ।।

ନୂଆପଡ଼ା, ତା 23.10.24 ଆଜି ନୂଆପଡା ଜିଲ୍ଲା ସଦ୍ ଭାବନା ସଭା ଗୃହରେ ସମ୍ମାନୀୟା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ୟାଲୋଚନା କମିଟି ସଭା, ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭା ରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ କହିଲେଯେ ଜିଲ୍ଲାରେ ବିଭିନ୍ନ ବିଭାଗର ଉନ୍ନୟନ କାମ ର ଦୃତ ପ୍ରଗତି ହୋଇଛି l ପ୍ରତି ସପ୍ତାହରେ ବ୍ଲକ୍ ମାନଂକ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେ଼ଇ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜନ ହେଉଛି l ଏହି ଅବସରରେ ସେଠାରେ ବରିଷ୍ଠ ନାଗରିକ ମାନଂକ ପାଇଁ ସ୍ବାସ୍ଥ୍ୟ ଶିବିର ସହିତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି l ଅପରାହ୍ନରେ ବ୍ଲକ୍ ର ଗୋଟିଏ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହେଉଛି l ଏହାକୁ ସାଂସଦ ପ୍ରଶଂସା କରିଥିଲେ lନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମୟ ସିମା ଭିତରେ ଶୀଘ୍ର ସାରିବା ପାଇଁ ଗୁରୁତ୍ବ ଦେଇଥିଲେ l ଏହାପରେ ସାଂସଦ ଗୋଟି ଗୋଟି କରି ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ସଭାରେ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ଘରଡିହ, ବାସଗୃହ, ବିଦ୍ୟୁତ୍, ପାନୀୟ ଜଳ, ସଡକ , ନରେଗାରେ ଶ୍ରମ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ମିଶନ, କୃଷି , ଶିଳ୍ପ, ଖାଦ୍ୟ ଯୋଗାଣ ଇତ୍ୟାଦି ବିଷୟ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା l ଏହିସବୁ କ୍ଷେତ୍ରରେ ଯେତେ ସବୁ ସମସ୍ୟା ଅଛି ସେସବୁର ଶୀଘ୍ର ସମାଧାନ କରିବା ପାଇଁ ସାଂସଦ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ l ଦଳୀୟ ମତଭେଦ ରୁ ଉପରକୁ ଉଠି ସମସ୍ତ ଜନପ୍ରତିନିଧି ଓ ଅଧିକାରୀଗଣ ମିଳିତ ଭାବରେ ଜିଲ୍ଳାର ସାମଗ୍ରିକ ଉନ୍ନତି କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି l ଆଜିକାର ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ଜନ ପ୍ରତିନିଧି, ସାଂସଦ ବିଧାୟକଙ୍କ ପ୍ରତିନିଧି,ଦିଶା କମିଟି ସଦସ୍ୟ,ବନଖଣ୍ଡ ଅଧିକାରୀ, in ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୂଖ ଯୋଗଦେଇଥିଲ l ସମସ୍ତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ସହଯୋଗରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ସାଧନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥଲେ l ଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ