।। ନଭେମ୍ବର ୧୯ ଓ ୨୦ ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ।।

Oct 20, 2024 - 16:03
 0  10
।। ନଭେମ୍ବର ୧୯ ଓ ୨୦ ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ।।

ବାରିପଦା: ୨୦.୧୦.୨୦୨୪// ରାଜ୍ୟ ସରକାରଙ୍କର ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ଠାରେ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। ଏଣୁ ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଏକ ସାଧାରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେଆସନ୍ତା ନଭେମ୍ବର ୧୯, ୨୦ ତାରିଖରେ ବାରିପଦା ଛଉ ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି। ଏହି ଦୁଇ ଦିନ ଧରି ଚାଲିବାକୁ ଥିବା ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀଧନ ଚାଷୀ ମାନେ ଭାଗ ନେବେ ଓ ପୁରସ୍କୃତ ହେବେ । ଏହା ଛଡା ଏହି ମେଳାରେ ରାଜ୍ୟ ସରକାରଙ୍କର ସମସ୍ତ ସରକାରୀ ବିଭାଗ ପକ୍ଷରୁ ମଧ୍ୟ ଷ୍ଟଲ ଦିଆଯିବାର ବ୍ୟବସ୍ଥା ରହିଛି। ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ କଳ୍ପତରୁ ସ୍ୱାଇଁ ଏହି ମେଳା ଆୟୋଜନ ଏବଂ ଏହାର ସଫଳତା ପାଇଁ ଜିଲ୍ଲା ପ୍ରଶାସନ ସହିତ କାର୍ଯ୍ୟ କରୁଥିବା ସମସ୍ତ ଉପବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲାପାଳଙ୍କୁ ଏହି ମେଳା ବିଷୟରେ ଅବଗତ କରାଇ ଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କଧିକାରୀ ଶ୍ରୀ ଅବିନାଶ ପାଣି , ଜିଲା ସଂସ୍କୃତି ଅଧିକାରୀଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ