।। ଟିଟିଲାଗଡ ପୋଲିସ କୁ ବଡ଼ ସଫଳତା ୧୧୫ ବସ୍ତା ଗୁଟଖା ସହ ଟ୍ରକ ଜବତ ।।

Mar 1, 2024 - 19:22
 0  9
।। ଟିଟିଲାଗଡ ପୋଲିସ କୁ ବଡ଼ ସଫଳତା  ୧୧୫ ବସ୍ତା ଗୁଟଖା ସହ ଟ୍ରକ ଜବତ ।।

ବଲାଙ୍ଗୀର ଜିଲ୍ଲା - ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୋଟିଏ ଟ୍ରକ ( ସିଯି ୦୪ପିଶି ୪୭୮୯) ରେ ଗୁଟଖା ଯୋଗାଣ ହେଉଥିବା ଖବର ପାଇ ଏସ ଡି ପୀ ଓ ,ଶ୍ରୀମତି ଅଙ୍କିତା କୁମ୍ଭାରଙ୍କ ନିର୍ଦ୍ଦେଶ କ୍ରମେ ଗାଡ଼ିକୁ ପିଛା କରିଥିଲେ। ରେଳବାଇ ଷ୍ଟେସନ ସାମ୍ନାରେ ଟ୍ରକ ଛିଡ଼ା ହେବା ପରେ ଆରପିଏଫକୁ ଖବର ଦେବା ପରେ ଗାଡି ଯାଞ୍ଚ କରିବାରୁ ଟ୍ରକ ଭିତରୁ ୧୧୫ ବସ୍ତା ଗୁଟଖା ବାହାରିଥିବା ଦେଖି ଟିଟିଲାଗଡ଼ ପୋଲିସ ରେଲୱେ ଷ୍ଟେସନ ରୁ ଟିଟିଲାଗଡ ପୋଲିସ ଷ୍ଟେସନକୁ ଅଣା ଯାଇଥିଲା। ଜି ଏସ ଟି, ଫୁଡ୍ ଇନିସପେକ୍ଟରଙ୍କୁ ଖବର ଦେବା ପରେ ଥାନାକୁ ଆସି ସାମ୍ପଲ ନେଇ ଯାଇଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଶ୍ରୀ ଅବନୀ ସାହୁ ସୁଚନା ଦେଇଛନ୍ତି। ଟ୍ରେନ ଯୋଗେ ଟିଟିଲାଗଡ ରୁ ରାୟପୁର ( ଛତିଶ ଗଡ଼)ଯିବାର ଥିଲା ଗୁଟକା ଆନୁମାନିକ ମୂଲ୍ୟ ତିରିଶ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

 ଟିଟିଲାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ