।। ଗୋବର୍ଦ୍ଧନ ଗ୍ରାମରେ ବୁଢ଼ୀ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ଗୋବର୍ଦ୍ଧନ ଗ୍ରାମ ଜନଗହଳି ଓ ଚଳ ଚଞ୍ଚଳ ।।

Apr 30, 2024 - 22:00
 0  11
।। ଗୋବର୍ଦ୍ଧନ ଗ୍ରାମରେ ବୁଢ଼ୀ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା   ଗୋବର୍ଦ୍ଧନ ଗ୍ରାମ ଜନଗହଳି ଓ ଚଳ ଚଞ୍ଚଳ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ର ଗୋବର୍ଦ୍ଧନ ଗ୍ରାମରେ ବୁଢ଼ୀ ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ୟ ପୂଜାରୀ କାନ୍ତାରୀ ଡମ୍ବରୁ ଙ୍କ ଦ୍ଵାରା ବାହାକ ମାନଙ୍କୁ ଓ ଶତାଧୀକ ମହିଳା ପୁରୁଷ ଙ୍କୁ ନେଇ ଏହି ଘଣ୍ଟ ଯାତ୍ରାର ପ୍ରଥମେ ଟିକର ପଡ଼ା ଠାରେ ମାଁ ଠାକୁରାଣୀଙ୍କ ପୁଜା ବିଧି କରିବା ସହ ଜନଗହଳି ହୋଇ ୨୬/୪/୨୦୨୪ ରିଖ ଦିନ ମାଁ ଙ୍କ ପାଦ ଆଣିବା ପରେ ଗ୍ରାମର ଠାକୁରାଣୀଙ୍କ ପାଦପିଠ ପୂଜା ମଣ୍ଡପ ଠାରେ ପୂଜା ଅର୍ଚ୍ଚନା ପରେ ସ୍ଥାପିତ କରି ପ୍ରାରମ୍ଭିକ ପୂଜା କରାଯାଇଥିଲା। ଏହି ଘଣ୍ଟ ଯାତ୍ରା ପ୍ରତି ପାଞ୍ଚ ବର୍ଷ କୁ ଥରେ ପାରମ୍ ମ୍ପାରିକ ଭାବେ କରାଯାଇଥାଏ। ଏହି ଘଣ୍ଟ ଯାତ୍ରା କରୁଣା ମହାମାରୀ ଲକ୍ ଡାଉନ୍ ସଟ୍ ଡାଉନ୍ ପାଇଁ ବନ୍ଧ ହୋଇଥିଲା ଏବେ ପାଞ୍ଚବର୍ଷ ପରେ ପୁଣି ଆରମ୍ଭ ଘଣ୍ଟ ଯାତ୍ରା ହୋଇଛି। ବୋଲି ଗ୍ରାମବାସୀମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମର ବିଭିନ୍ନ ଭେଷ ଭୁସା ବାନ୍ଧି ଜନସାଧାରଣ ଙ୍କ ପାଇଁ ବିଭିନ୍ନ ପ୍ରକାରର ନାଚ ଗିତ ଢ଼ାମ୍ପ ବାଜା ବଜାଇବା ସହ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଘଣ୍ଟ ଯାତ୍ରା କୁ ବିଭିନ୍ନ ନେତା ମନ୍ତ୍ରୀ ବିଧାୟକ ପ୍ରାର୍ଥୀ ମାନେ ମାଁ ଠାକୁରାଣୀଙ୍କ ପୂଜା ନିକଟରେ ଆସି ମାଁ ଙ୍କ ଆଶ୍ରିବାଦ ନେଉଥିବା ଦେଖିବାକୁ ମିଳିଛି। ଗ୍ରାମର ପୂଜା କମିଟି ମାନଙ୍କ ମଧ୍ୟରେ, ପିଣ୍ଟୁ କଲ୍ କଟା,ବାଦିଗୁଡା ରାଜେନ୍ଦ୍ର ନାୟକ,ବାଦିଗୁଡା ଅନନ୍ତ ନାୟକ,କତୁରୁ ଗୋପାଳ, ଭୋଗି ମୋହନ ସାନ୍ତାରୀ, ଦିନବନ୍ଧୁ ଗୁମୁଡା,ମିନାରାଓ ,ବାଦିଗୁଡା ଗୈରି ଶଙ୍କର, ଅନ୍ୟମାନଙ୍କ ମଧ୍ୟରେ ଯୁବ ଗୋଷ୍ଠୀ ମାଲେନୀ ଚିତ୍ତରଞ୍ଜନ ଡିମାରୀ,ପରାଜୟ ଏଲ୍ କାନ୍ଦ୍ରା, ସଦାନନ୍ଦ ମାଲେନୀଭରତ, ସିସାଡି ଦୋରା,ଜୟ ମାଲେନୀ ,କରୁଣାକର ସିସାଡି ଦୋରା ପ୍ରମୁଖ ପୂଜା ଶାନ୍ତିପୂର୍ଣ୍ଣ ପରିଚାଳନା କରୁଥିବା ଦେଖିବାକୁ ମିଳିଛି। ଗ୍ରାମର ପ୍ରତ୍ୟେକ ସାହିକୁ ମାଁ ଠାକୁରାଣୀ ଘରେ ଘରେ ବୁଲି ପରିଭ୍ରମଣ କରିଥିଲେ। ପ୍ରତି ସନ୍ଧ୍ୟାରେ ଘଣ୍ଟ ଯାତ୍ରା ଦେଖିବାକୁ ଆଖପାଖ ଗ୍ରାମ ବାସୀ ଓ ମହିଳା ପୁରୁଷ ମାନେ ଜନଗହଳି ହେଉଥିବା ଦେଖିବାକୁ ମିଳିଥିଲା।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ