ଗଣେଶ ପୂଜା ବିସର୍ଜନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ରାୟଗଡ଼ା ଯୁବ ମୋର୍ଚ୍ଚା ଉପସଭାପତି ଙ୍କ ଯୋଗ ଦାନ

Sep 14, 2024 - 17:06
 0  9
ଗଣେଶ ପୂଜା ବିସର୍ଜନ ଉପଲକ୍ଷେ  ଭାରତୀୟ ଜନତା ପାର୍ଟି ରାୟଗଡ଼ା ଯୁବ ମୋର୍ଚ୍ଚା ଉପସଭାପତି ଙ୍କ ଯୋଗ ଦାନ

ଭାରତୀୟ ଜନତା ପାର୍ଟି ରାୟଗଡ଼ା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଖରା ରାୟଗଡ଼ା ନିର୍ବାଚନ ମଣ୍ଡଳୀ ତଥା ତାଡ଼ାମା ପଞ୍ଚାୟତ ଠାରେ ଗଣେଶ ପୂଜା ବିସର୍ଜନ ରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେବା ଅବସରରେ l ତାଡମା ଗ୍ରାମ ର ଯୁବ ଗୋଷ୍ଟି ଜିଲ୍ଲା ର ସମସ୍ତ ଙ୍କ ପ୍ରିୟ ଯୁବ ନେତା ଭାବେ ନିମନ୍ତ୍ରଣ କରି ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍, ଧର୍ମେନ୍ଦ୍ର ନାଏକ, ପୁରୁଷୋତ୍ତମ ଡଙ୍ଗରି, ଆଶାରାମ କଣ୍ଡାଗରି, ଶ୍ରାବଣ ତାଡିଙ୍ଗୀ ଙ୍କୁ ପୁଷ୍ପ ମାଲ୍ୟ ସହିତ ବାଇଦ ବଜେଇ ଭବ୍ୟ ସ୍ଵାଗତ କରି ଗାଁ ର ପଞ୍ଚାୟତ ଅଫିସ୍ ଠାରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ପଦ ଯାତ୍ରା କରି ଏକ ନିଆରା ଢ଼ଙ୍ଗରେ ସ୍ବାଗତ କରିଥଲେ l ଏବଂ ଶ୍ରୀ କୁମାର୍ ନିଜର ଅଭିଭାଷଣ ରଖିବା ସହିତ ସାଥି ମାନେ ମଧ୍ଯ ନିଜ ନିଜର ଅଭିଭାଷଣ କୁ ଖୁବ୍ ସୁନ୍ଦର୍ ଭାବେ ପରିବେଷଣ କରିଥିଲେ ଶେଷରେ ଗ୍ରାମ ବାସୀ ଙ୍କ କହିବା ଅନୁସାରେ ଏହି ବିସର୍ଜନ କୁ ଏକ ନିଆରା ବିସର୍ଜନ ଭାବେ ଆମେ କରିବାକୁ ଯାଉଛୁ ବୋଲି ଉଲ୍ଲେଖ କରିଛନ୍ତି l ଏଥିରେ ଗ୍ରାମର ମୁଖିଆ ଶ୍ରୀ ମାଧବ ସାମଲ, ପ୍ରଶାନ୍ତ ଗାଣ୍ଟା,ମାଧବ ମେଲେକା ଜୟରାମ୍ ଗରଡ଼ିଆ ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସଭାପତି ମହୋଦୟ କହିଛନ୍ତି ଆପଣ ସମସ୍ତଙ୍କ ଏହି ସ୍ନେହଭରା ସ୍ବାଗତ ଏବଂ ଅଭିନନ୍ଦନ ପାଇଁ ହୃଦୟପୂର୍ବକ କୃତଜ୍ଞତା ଏବଂ ଧନ୍ୟବାଦ୍ ଜଣାଉଛି ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ