କେନ୍ଦ୍ର ମାସିକ ସ୍ତରୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ

Sep 23, 2024 - 23:22
 0  11
କେନ୍ଦ୍ର ମାସିକ ସ୍ତରୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ

ନୂଆପଡା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଳିଆବନ୍ଧା ରେ ରାଜ୍ୟ ସରକାର ଙ୍କ ର ଅଧିନସ୍ଥ ଗଣଶିକ୍ଷା ବିଭାଗ ଙ୍କ ନିର୍ଦେଶ କ୍ରମେ, ଆଞ୍ଚଳିକ ସାଧନ କେନ୍ଦ୍ର ମାସିକ ସ୍ତରୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହେଇଥିଲା, ଉକ୍ତ ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣୀ ଅଗସ୍ତି ଙ୍କ ଉପସ୍ଥିତ ରେ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବୈଠକ ର ଚର୍ଚ୍ଚିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ଟାବଲେଟ ବ୍ୟବହାର, ବିଦ୍ୟାଳୟ ସୁରକ୍ଷା, ସମସ୍ତ ବିଷୟକୁ ବୁଝି ନିଜ ବିଦ୍ୟାଳୟ ରେ ପ୍ରୟୋଗ କରିବେ ବୋଲି ନିର୍ଦେଶ ଦେଇ ଥିଲେ, ଏବଂ ଏହି ବୈଠକରେ ପ୍ରଶିକ୍ଷକ ଭାବେ ହେମଲାଲ ଦୀପ, ବ୍ୟାସଦେବ ସାହୁ, ଆନନ୍ଦ ପାତ୍ର, ପ୍ରଶିକ୍ଷଣ ଦେବା ସହିତ, ଜିଲ୍ଲା ପ୍ରଶିକ୍ଷକ ଗୁଣ ସାଗର ଭୋଇ, ମୋହନ ଦୋରା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ ବରିହା ଉପସ୍ଥିତ ରହି ସହଯୋଗ କରିଥିଲେ, ଉକ୍ତ ବିଦ୍ୟାଳୟ ଏବଂ ବୈଠକକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରିଦର୍ଶନ କରି ଶ୍ରେଣୀ ଗୃହ ବୁଲି ଦେଖିଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ, ପରିଶେଷରେ ପ୍ରକୃତି ବନ୍ଧୁ ଶିକ୍ଷକ କିଶୋର କୁମାର ପରିଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ |

 ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ