କେନ୍ଦୁଝରରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାରସ୍ୱତ ସମାରୋହ

Sep 9, 2024 - 16:22
 0  14
କେନ୍ଦୁଝରରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାରସ୍ୱତ ସମାରୋହ

କେନ୍ଦୁଝରଗଡ଼ ,ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ଓ ଭାଗବତ ଟୁଙ୍ଗି ପ୍ରଚାର ସମିତି ଘଟଗାଁ ବ୍ଲକର ମିଳିତ ଆନୁକୂଲ୍ୟରେ ଜେଲରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମଦିର ବୌଦ୍ଧିକ ମଣ୍ଡପ ପରିସରରେ ଅବସରପ୍ରାପ୍ତ ପ୍ରଫେସର ତଥା ସାହିତ୍ୟିକ ଡ଼ ବିମ୍ବାଧର ବେହେରାଙ୍କ ପୌରହିତ୍ୟରେ ଏକ ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଅତିଥି ମାନଙ୍କୁ କୀର୍ତ୍ତନ ମଣ୍ଡଳୀଙ୍କ ମହାମନ୍ତ୍ର ଧୂନି ମଧ୍ୟରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା।କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ତଥା ତେଲକୋଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରାଣବଲ୍ଲବ ନାୟକ ମା'ତାରିଣୀ ଓ ଗୁରୁ କେଶବ ଚନ୍ଦ୍ରଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଓ ପୁଷ୍ପମାଲ୍ୟ ଦେଇ ଉତ୍ସବଟିକୁ ଉଦଘାଟନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ନାଥ ।ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ କ୍ଷତିଜ୍ଯୋତି ଆଶ୍ରମର କେନ୍ଦ୍ର ସଂଗଠକ ବାବାଜୀ ଚରମାନନ୍ଦ ଦାସ ।ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା ଓ ସମ୍ମାନିତ ଅତିଥି ଭାବରେ ରଘୁନାଥଜୀଉ ମଠ, ଯଶିପୁରର ମହନ୍ତ ସ୍ୱାମୀ ଅଭୟାନନ୍ଦ ସରସ୍ବତୀ, ବିଶିଷ୍ଟ ପାଲା ଗାୟକ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ ଧିରେନ ମହାନ୍ତି, ଆକାଶବାଣୀ କେନ୍ଦୁଝରର ଉଦଘୋଷିକା ତଥା ବରିଷ୍ଠ କବୀ ଇନ୍ଦୁମତୀ ପାତ୍ର ଏବଂ ମୁଖ୍ୟ ବକ୍ତା ରୂପେ ପୁରୀରୁ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଡଃ ସୁନୀଲ କୁମାର ରଥ ଏବଂ ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ କବି ତଥା ଆଲୋଚକ ଦେବାଶିଷ ଚକ୍ରବର୍ତ୍ତୀ,ଗବେଷକ ତଥା କବି ନିରଞ୍ଜନ ବାରିକ ଯୋଗଦେଇ ଜଗନ୍ନାଥ ତତ୍ତ୍ୱ ଓ ଭାଗବତର ବିଭିନ୍ନ ଗୁଢତତ୍ତ୍ବ ବ୍ୟାଖ୍ୟା କରିବା ସହିତ ଗୁରୁଙ୍କ ମାର୍ଗଦର୍ଶନ ଅନୁଯାୟୀ ମାନବ ସେବା ଦ୍ବାରା ମାଧବଙ୍କ ସାନିଧ୍ୟ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିରବଚ୍ଛିନ୍ନ ଭାବରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସାଧନା ଜାରି ରଖିଥିବା ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ,କବି ସଂଗଠକ,ସଂଗ୍ରାହକ ଡମ୍ବରୁଧର ମହାନ୍ତ,କବି ଭାଗବତ ପ୍ରଚାରକ ଅଧ୍ୟାପକ ଜଗନ୍ନାଥ ଯେନା ଓ କବି ସୁରେଶ କୁମାର ମହାନ୍ତଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଜନାର୍ଦ୍ଦନ ମହାନ୍ତଙ୍କ ସ୍ବରଚିତ କବିତା ସଙ୍କଳନ " ସଫଳ ଜୀବନ ବିକାଶର ପଥ " ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା। ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ତିରିଶ ଗୋଟି ଭାଗବତ ଟୁଙ୍ଗିର କର୍ମକର୍ତ୍ତାଙ୍କୁ ଭାଗବତ ପୁସ୍ତକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ବ୍ଯକ୍ତି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଆଧ୍ଯାତ୍ମିକ କବିତା ପାଠକୁ ସଂଯୋଜନା କରିଥିଲେ କେନ୍ଦୁଝର ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ କବି ତଥା ସୁବକ୍ତା ଚିନ୍ତାମଣି ମହାଳିକ ଓ ଗୀତିକବୀ ତଥା ଶିକ୍ଷୟିତ୍ରୀ ମାଳତୀ ନାଥ ଶର୍ମା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ।ମଞ୍ଚ ସଂଚାଳନ କରିଥିଲେ ସଂଗଠକ ମନୋଜ କୁମାର ଦାଶ l କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ କବି, ଲେଖକ , ପ୍ରବଚକ ତଥା କେନ୍ଦ୍ର ସଂଗଠକ ବାବାଜୀ ଚରମାନନ୍ଦ ଦାସ ଏବଂ କେନ୍ଦ୍ର ପରିଚାଳକ ଅର୍ଜୁନ ମହାନ୍ତ ।ପରିଚାଳନାରେ ସହଯୋଗ କରିଥିଲେ ଶିଶୁ ମନ୍ଦିରର ଗୁରୁଜୀ ଦୟାନିଧି ମହାନ୍ତ, ସମ୍ବଲପୁରରୁ ଶୁଭାଶିଷ ପଟେଲ, କଟକରୁ ସତ୍ୟ ରଞ୍ଜନ ଦାସ ମହାପାତ୍ର, ବ୍ରହ୍ମପୁରରୁ ବରୁଣ କୁମାର ବେହେରା, କ୍ଷତିଜ୍ଯୋତିଃ ଆଶ୍ରମ ଘଟଗାଁର ନରେନ୍ଦ୍ର କୁମାର ସାହୁ, ଦୀପକ କୁମାର ଦେହୁରୀ, ତରଣୀସେନ ପଲେଇ, ତାପସ ପଣ୍ଡା, ସୁନୀଲ ବେହେରା ଏବଂ ସରୋଜ ମହାନ୍ତ, ଅମୃତ ଅନୁଭବ । ଧନ୍ୟବାଦ୍ ଅର୍ପଣ କରିଥିଲେ କବି, ସଂଗଠକ, ଆଧ୍ଯାତ୍ମବାଦୀ ତଥା ସମାଜସେବୀ ବାବୁଲାଲ ପଲେଇ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ