ଆରକ୍ଷଣ ବିରୋଧି ରାୟ ପ୍ରତିବାଦରେ ନୂଆପଡା ଜ଼ିଲ୍ଲା ସମ୍ପୂର୍ଣ ବନ୍ଦ

ନୂଆପଡା-ଆଜି ସମଗ୍ର ଭାରତ ବର୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ହରିଜନ ଓ ଆଦିବାସୀ ବର୍ଗ ଙ୍କ ଆରକ୍ଷଣ ବିରୋଧି ରାୟ ପ୍ରତିବାଦରେ ଭାରତ ବନ୍ଦ ଡାକରା ଦିଆଯାଇ ଭାରତ ବନ୍ଦ ପାଳିତ ହେଉଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ହରିଜନ ଓ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଭାରତ ବନ୍ଦ ପାଳିତ ହୋଇ ସମ୍ପୂର୍ଣ ସଫଳ ହୋଇଛି । ଏହି ବନ୍ଦ ପାଳନ ଅବସରରେ ଅଖଚକ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ସରକାରୀ ବେସରକାରୀ ବ୍ୟାଙ୍କ ବନ୍ଦ ରହିଥିବା ନଜରକୁ ଆସିଥିଲା ବେଳେ ଖରିଆର ରୋଡ ସହରରେ ମଧ୍ୟ ମଧ୍ୟ ଅଖ, ଚଖ, ଦୋକାନ ବଜାର, ଏନଏସି କାର୍ଯ୍ୟଳୟ, ବ୍ୟାଙ୍କ କାର୍ଯ୍ୟଳୟ ଐତିହାସିକ ଭାବରେ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ଦେଶରେ ଆଦିବାସୀ ଓ ଦଳିତ ମାନଙ୍କ ଅଧିକାର ସଂରକ୍ଷଣ ଉପରେ ସୁପ୍ରିମ କୋର୍ଟ ଙ୍କ ଦ୍ଵାରା ଆସିଥିବା ରାୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଅସମ୍ବିଧାନିକ । ମୂଳ ସମ୍ବିଧାନ ର ଆର୍ଟିକଲ ୩୪୧ ଅନୁସୂଚିତ ଜାତି ଏବଂ ପ୍ରବନ୍ଧ ୩୪୨ସେଡୁଲ ଜନଜାତିକୁ ବିରୁଦ୍ଧା ଚରଣ କରୁଅଛି। ପ୍ରକାଶ ଥାଉକି ଯେ, ଅନୁସୂଚିତ ଜାତି ଓ ଜନ ଜାତି ସଂରକ୍ଷଣ ଉପରେ ବର୍ଗୀକରଣ ଏବଂ କ୍ରୀମି ଲେୟରକୁ ପାର୍ଲିଆମେଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ । କିନ୍ତୁ ଗତ ୧ ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଏକ ତରଫା ଭାବେ, କୋଟା ଭିତରେ କୋଟା ଏବଂ ବର୍ଗୀକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ଆଦିବାସୀ ଓ ଦଳିତ ସମାଜର ଏକତା କୁ ଦୁର୍ବଳ କରାଯିବା ପାଇଁ ଚକ୍ରାନ୍ତ କରାଯାଇଛି। ଆଦିବାସୀ ଓ ହରିଜନ ମାନଙ୍କ କୋଟାକୁ ଗୋଟିଏ ପିଢିରେ ସିମିତ ରଖିବା ସହିତ ଅଧିକାରକୁ ସମ୍ପୁର୍ଣ ଭାବରେ ବନ୍ଦ କରିଦେବା ପାଇଁ ଷଡଯନ୍ତ୍ର କରୁଅଛନ୍ତି। ସୁପ୍ରିମକୋର୍ଟ ଉକ୍ତ ରାୟ ପ୍ରତ୍ୟାହାର କରିବା ପାଇଁ ଅଦିବାସୀ ଓ ହରିଜନ କଲ୍ୟାଣ ମଂଚର ବରିଷ୍ଠ ନେତା ମାନେ ଦାବି ଜଣାଇବା ସହିତ ଜଦି ମାନ୍ୟବର ସୁପ୍ରିମକୋର୍ଟ ଉକ୍ତ ରାୟକୁ ପ୍ରତ୍ୟାହାର ନ କରନ୍ତି ତାହେଲେ ଆଗାମୀ ଦିନରେ ସାରା ଭାରତ ବର୍ଷରେ ନିଆ ଜଳିବ ବୋଲି ଚେତାବନୀ ଦେଇଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






