।। ଅବ୍ୟବସ୍ଥା ଶୁଲିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ।।

Sep 29, 2024 - 17:06
 0  9
।। ଅବ୍ୟବସ୍ଥା ଶୁଲିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ।।

କଲ୍ୟାଣସିଂହପୁର- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବାଶୁଲିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ରେ ରହିଥିବା ଅଭିଯୋଗ ହୋଇଛି ।ଉକ୍ତ ବିଦ୍ୟାଳୟଟି ୧୯୫୯ମସିହାରେ ସ୍ଥାପିତ ହୋଇଛି ।ଏଥିରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ରେ ୩୩୦ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ଜଣାପଡ଼ିଛି । ଆବଶ୍ୟକତା ଅନୁଯାୟୀ ଶିକ୍ଷକଶିକ୍ଷୟିତ୍ରୀ ରହିଥିବା ବେଳେ ଶେଣୀ ଗୃହ ଅଭାବ ରହିଛି । ୫ଟି ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ବସି ପାଠ ପଢୁ ଥିବା ବେଳେ ଅନ୍ୟ ୪ଟି ଶ୍ରେଣୀ ଗୃହରେ ୭ଟି ଶେଣୀର ଛାତ୍ର ଛାତ୍ରୀ ବସି ଅଧ୍ୟୟନ କରୁଥିବା ଅଭିଯୋଗ ହୋଇଛି । ପଞ୍ଚମ ,ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୋଟିଏ ଲେଖାଏଁ ଗୃହରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଗୋଟିଏ କୋଠରୀରେ ବସୁଥିବା ବେଳେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଅଭିଯୋଗ ହୋଇଛି । ବାରଣ୍ଡାରେ ବସି ପାଠ ପଢିବା ସମୟରେ ବାହାରେ ଯାନବାହନ ଚଳାଚଳ ହେଲେ ମନ ବାହାରକୁ ଯାଉଛି ପାଠ ପଢାରେ ମନ ଲାଗୁନାହିଁ ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମଧ୍ୟ ଆମେ ଅନ୍ୟ ମନସ୍କ ହୋଇଯାଉଛୁ । ଏହାକୁ ନେଇ ପଞ୍ଚାୟତରେ ,ଗୋଷ୍ଠି ଶିକ୍ଷାଅଧିକାରୀ ଙ୍କ ନଜରକୁ ନେବା ପରେ କୌଣସି ସୁଫଳ ମିଳି ନଥିବାରୁ ସୋମବାର ଦିନ ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଏକ ଲିଖିତ ଦେଇଥିବା ଜଣାପଡ଼ିଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁକୁନ୍ଦ ଗଣ୍ଡିଆ, ପୂର୍ବତନ ସରପଞ୍ଚ ସିନ୍ଧୁ କୁଲେସିକା, ଅଜିତ ପାଣିଗ୍ରାହୀ, ନିରଞ୍ଜନ ମହାନନ୍ଦିଆ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

 ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ