ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ,ଗାଁରେ ରାସ୍ତା ନାହିଁ ବିଜୁଳିବତୀ ନାହିଁ

Feb 22, 2025 - 18:55
 0  74
ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ,ଗାଁରେ ରାସ୍ତା ନାହିଁ ବିଜୁଳିବତୀ ନାହିଁ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨/୦୨/୨୦୨୫ ରିଖ: ଗ୍ରାମରେ ଆଜି ବି ସମସ୍ତ ମୌଳିକ ସୁବିଧା ଅପହଞ୍ଚ ! ଏବେ ବି ଡିବିରୀ ଆଲୁଅ ଭରସାରେ ଦିନ କାଟୁଛନ୍ତି ଗ୍ରାମବାସୀ ! ନା ରହିଛି ଗାଁକୁ ଯିବାପାଇଁ ଭଲ ରାସ୍ତା, ନା ଅଛି ପାନୀୟଜଳ ର ସୁବିଧା ! ସ୍କୁଲ ତ ଦୂରର କଥା ଏପରି କି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରଟେ ବି ନାହିଁ ! ଆଜି ବି ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ଗ୍ରାମବାସୀ ! ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଡୁକୁ ପଞ୍ଚାୟତରୁ ଆସିଛି ଏଭଳି ଚିତ୍ର ! ଖୁଡୁକୁ ପଞ୍ଚାୟତର ଛଡାଇପାଣି ଗ୍ରାମ ! ଗ୍ରାମରେ ରହୁଛନ୍ତି ଆଦିବାସୀ ସମ୍ପ୍ରଦାୟର ୩୩ ପରିବାର ! ଗାଁ ବସତିକୁ ୪୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମ ଉପରେ ଏଯାଏ ପ୍ରଶାସନର,କି ଜନ ପ୍ରତିନିଧି ମାନଙ୍କ ନଜର ପଡିନି ଏହେଉଛି ପରିତାପର ବିଷୟ ! ଗ୍ରାମର ଛାତ୍ରଛାତ୍ରୀମାନେ ପାଠପଢା ପାଇଁ ୩ କିଲୋମିଟର ଦୂର ରାଜପୁର ଗ୍ରାମ ଉପରେ ନିର୍ଭର କରୁଥିବା ବେଳ ଅଙ୍ଗନବାଡି ପାଇଁ ୨ କିଲୋମିଟର ଦୂର କଣ୍ଡେତ୍ର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ! ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସତ,ହେଲେ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ଛଡାଇପାଣି ଭଳି ଅନେକ ଗ୍ରାମ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ବିଜୁଳି ଓ ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି !ଗ୍ରାମରେ ବିଜୁଳି ସଂଯୋଗ ହୋଇନଥିବାରୁ ହିଂସ୍ର ଜୀବଜନ୍ତୁଙ୍କ ଭୟରେ ଗ୍ରାମବାସୀ ସନ୍ଧ୍ୟା ନ ହେଉଣୁ ତାଟି କବାଟ ବନ୍ଦ କରି ଦେଉଛନ୍ତି ! ଅନ୍ୟପକ୍ଷେ ସରକାର ଶିକ୍ଷାର ବିକାଶ କଥା ଚିନ୍ତା କରି ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ସ୍ମାର୍ଟ ଶ୍ରେଣୀଗୃହ, ଡିଜିଟାଲ ବ୍ଲାକବୋର୍ଡ, ବିଶୁଦ୍ଧ ପାନୀୟଜଳ ଓ ଅତ୍ୟାଧୁନିକ ସାମଗ୍ରୀ, ଅନଲାଇନ ପାଠପଢା ଆଦି ବିଦ୍ୟାଳୟ ମାନଙ୍କରେ ବ୍ୟବସ୍ଥା କରୁଛନ୍ତି ହେଲେ ଏହି ଗ୍ରାମକୁ ସ୍ୱାଧୀନତାର ୭୮ ବର୍ଷ ପରେ ବି ବିଦ୍ୟୁତ ସଂଯୋଗ ହୋଇନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଛି !ବର୍ତ୍ତମାନ ଦେଖିବାକୁ ବାକି ରହିଲା କି ? ବିକଶିତ ଭାରତ ଓ ବିକଶିତ ଓଡିଶା ,କାର୍ଯ୍ୟକ୍ରମ ଯୋଜନା ରେ ଏହି ଗ୍ରାମରେ କେବେ ପ୍ରଶାସନର ପାଦ ପଡିବ ଓ କେବେ ଏହି ଗ୍ରାମର ଭାଗ୍ୟ ବଦଳିବ ?

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ