ହାଡଭଙ୍ଗା ଶୀତରେ କମ୍ପିଲା ବାଲିଗୁଡା ସହର:କନ୍ଧମାଳ, ବାଳକୃଷ୍ଣ ଚର୍ଚ୍ଚି.କାଠ ଗଣ୍ଡିର ନିଆଁ ପାଖରେ ବସି ଶୀତର ମଜା ନେଲେ ବିଧାୟକ ଚକ୍ରମଣୀ କଂହର

Dec 17, 2025 - 17:06
 0  3
ହାଡଭଙ୍ଗା ଶୀତରେ କମ୍ପିଲା ବାଲିଗୁଡା ସହର:କନ୍ଧମାଳ, ବାଳକୃଷ୍ଣ ଚର୍ଚ୍ଚି.କାଠ ଗଣ୍ଡିର ନିଆଁ ପାଖରେ ବସି ଶୀତର ମଜା ନେଲେ ବିଧାୟକ ଚକ୍ରମଣୀ କଂହର

କନ୍ଦମାଲ ତା:-୧୭/୧୨/୨୫ ବାଲିଗୁଡା ସହରରେ ଶୀତର ପ୍ରଭାବ ଏବେ ଚରମ ସୀମାରେ ପହଞ୍ଚିଛି। ଭୋର ହେଉ କି ରାତି—ଦିନ ସାରା ଶୀତ ର ପ୍ରଭାବ କନ୍ଧମାଳ ଜିଲାରେ ଦେଖିବାକୁ ମିଳୁଛି. ଦିନ ସମୟରେ ଘନ କୁହୁଡ଼ି ସହ ଶୀତଳ ପବନ ସହରବାସୀଙ୍କୁ ଭୟଙ୍କର ଭାବେ କମ୍ପାଇ ଦେଉଛି। ରାସ୍ତା ଘାଟରେ ଲୋକମାନେ କାଠ ଗଣ୍ଡି ଜଳାଇ ନିଆଁ ପାଖରେ ହାତ ସେକୁଥିବା ଦୃଶ୍ୟ ସାଧାରଣ ହୋଇପଡ଼ିଛି। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ଏବେ ଶୀତ ରୁ ରକ୍ଷା ପାଇବା ପାଇଁ କାଠ ଗଣ୍ଡିରେ ସାହାର ନେବାର ଦୃଶ୍ୟ ଦେଖିବାକୁ ମିଳୁଛି. ଏହି ଶୀତଳ ପରିବେଶରେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ସାଧାରଣ ଲୋକଙ୍କ ପରି ରାସ୍ତା କଡରେ କାଠ ଗଣ୍ଡିରେ ନିଆଁ ଲଗାଇ ଶୀତର ମଜା ନେଉଥିବା ଦୃଶ୍ୟ ସହରବାସୀଙ୍କ ମନ କୁ ଛୁଇଁଛି। ବିଧାୟକ ଙ୍କ ସହ ବାଲିଗୁଡା ବିଜେଡି ସଂଯୋଜକ ଟୁନା ଦାଶ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ନିଆଁ ଚାରିପାଖେ ବସି ଶୀତ ର ମଜ଼ା ନେଉଛନ୍ତି . ବିଧାୟକ ଙ୍କ ଏଭଳି ସରଳ ଓ ଆପଣାପଣିଆ ଆଚରଣ ଦେଖି ଲୋକମାନେ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ଶୀତର ତୀବ୍ରତା ଦୃଷ୍ଟିରେ ରଖି ବୃଦ୍ଧ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ଗରମ ପୋଶାକ ବ୍ୟବହାର କରିବା ସହ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଶୀତ କାଳୀନ ଆଶ୍ରୟ ସ୍ଥଳୀ ଖୋଲିବା ସହ କିଭଳି ହାଡଭଙ୍ଗା ଶୀତ କୁ ମୁକାବିଲା କରିହେବ ସେ ନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ