।। ସମସ୍ୟା ଘେରରେ ଥୁଆମୁଳ ରାମପୁର ତହସିଲ କାର୍ଯ୍ଯାଳୟ ।।

Jul 23, 2024 - 20:55
 0  10
।। ସମସ୍ୟା ଘେରରେ ଥୁଆମୁଳ ରାମପୁର ତହସିଲ କାର୍ଯ୍ଯାଳୟ ।।

କଳାହାଣ୍ଡି ଜିଲ୍ଲା ତା:-୨୩/୦୭/୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା)ଆଜ୍ଞା ଥରେ ଏହି ଦୃଶ୍ୟକୁ ଦେଖନ୍ତୁ ଏହା କୌଣସି ସାଧାରଣ କାର୍ଯ୍ଯାଳୟ ନୁହେଁ ଯେଉଁଟା କି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯାଳୟ।ଏହି କାର୍ଯ୍ଯାଳୟରେ ଯେଉଁ ମାନେ ନିଜ ନିଜ କାର୍ଯ୍ଯ ଭାର ତୁଲାଉଛନ୍ତି, ସେମାନେ ହିଁ ଏହି ଘଟଣାକୁ ନେଇ ହୃଦୟଙ୍ଗମ କରୁଥିବେ, ଲୋକଙ୍କ ପାଇଁ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ଯରେ ଅହରହ ବ୍ଯସ୍ତ ରହୁଥିବାବେଳେ ସେମାନଙ୍କର ରହିବା ପାଇଁ ସରକାରୀ କ୍ବାର୍ଟର ଅଭାବ ସାଙ୍ଗକୁ ପାଣି, ଲାଇଟ୍ ଭଳି ସମସ୍ୟା ରହୁଛି ଯାହାଫଳରେ କର୍ମଚାରୀ ମାନେ ବାରଦୁଆର ଶୁଣ୍ଢିପାଣ୍ତା ହେଉଛନ୍ତି। ସେହିଭଳି କାର୍ଯ୍ଯାଳୟ ଅବସ୍ଥା କହିଲେ ନସରେ ବର୍ଷା ଋତୁ ଆସିଗଲେ କର୍ମଚାରୀଙ୍କ ଅବସ୍ଥା ଆହୁରି ଖରାପ ହୋଇପଡେ। ତେବେ ଆସନ୍ତୁ ଜାଣିନେବା ଏହି ଦୃଶ୍ୟ କେଉଁଠି କାର ନା ଆଜ୍ଞା ଏହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ ତହସିଲ କାର୍ଯ୍ଯାଳୟର ଦୃଶ୍ୟ ଏହି ବିଭାଗରେ କାର୍ଯ୍ଯରତ କର୍ମଚାରୀ ମାନଙ୍କ ରହିବା ପାଇଁ ସରକାରୀ କ୍ବାର୍ଟର ର ଅଭାବ ସାଙ୍ଗକୁ ପାଣି ବିଜୁଳି ଭଳି ଅନେକ ସମସ୍ୟା ରହିଥିବା ଯୋଗୁଁ କର୍ମଚାରୀ ମାନେ ବାରଦୁଆର ଶୁଣ୍ଢିପାଣ୍ତା ହେଉଛନ୍ତି। ତାହାଛଡା କାର୍ଯ୍ଯାଳୟର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡୁଛି, ବର୍ଷା ପାଣି ଛାତରେ ଗଳୁଥିବା ଯୋଗୁଁ କାର୍ଯ୍ଯାଳୟ ସମ୍ପୂର୍ଣ୍ଣ ଭାବରେ ଓଦାଳିଆ ହୋଇଯାଉଛି। ଏଥିରେ ଥିବା ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସାଇତି ରଖିବା ପାଇଁ କଷ୍ଟକର ବ୍ଯାପାର ହୋଇପଡୁଛି, ଛାତରୁ ପାଣି ଝରି ଯିବାରୁ ସ୍ଥାନେ ସ୍ଥାନେ ଜରୀ ଘୋଡାଇ ଦେଇ ନଥିପତ୍ର ଓ କମ୍ପ୍ୟୁଟର କୁ ସୁରକ୍ଷିତ ରଖିବା ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏହି ତହସିଲ କାର୍ଯ୍ଯାଳକୁ ପ୍ରତିବର୍ଷ ରିପ୍ଯାରିଙ୍ଗ ପାଇଁ ଠିକାଦାର କାମ କରୁଛନ୍ତି ହେଲେ କଣ ହେବ ଯାହା ପୂର୍ବରେ ଥିଲା ପରେ ମଧ୍ୟ ସେହି ଅବସ୍ଥା, କେବଳ ଠିକାଦାର ପୋଷା ନିତି ଆପଣେଇବା ଛଡା ଆଉ କିଛି ଲାଭ ନାହିଁ। ଏନେଇ ଆମେ ତହସିଲଦାର ଙ୍କୁ ପଚାରିଥିଲୁ ହେଲେ ତହସିଲଦାର ମହାଶୟ କ୍ଯାମେରା ଆଗରେ କହିବାକୁ ମନା କରିଥିଲେ। କିନ୍ତୁ ଆମେ ପରେ ଜାଣିବାକୁ ପାଇଲୁ ଯେ ତହସିଲଦାର ମହାଶୟ ଜିଲ୍ଲା ସ୍ତରରେ କାର୍ଯ୍ଯାଳୟର ଏହି ସବୁ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ଲିଖିତ ଆକାରରେ ମଧ୍ୟ ଜଣାଇଛନ୍ତି ବୋଲି। ହେଲେ ତହସିଲ କାର୍ଯ୍ୟାଳୟ ପ୍ରତି କୌଣସି ପ୍ରକାରରେ ଜିଲ୍ଲା ପ୍ରଶାସନ କିମ୍ବା ଜନପ୍ରତିନିଧି ଧ୍ଯାନ ଦେଉନଥିବା ଅତି ଦୁଃଖ ଦାୟକ ଘଟଣା ହୋଇଥାଇପାରେ। କାର୍ଯ୍ଯାଳୟ ର ସୁବ୍ଯସ୍ଥା ଓ କର୍ମଚାରୀଙ୍କ ରହିବା ପାଇଁ ସରକାରୀ କ୍ବାର୍ଟର, ପାଣି ଓ ବିଜୁଳିର ଆବଶ୍ୟକତା ରହିଛି ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ଖବର ମାଧ୍ୟମରେ ପ୍ରସାରଣ କରାଯାଉଛି।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ତରଫରୁ ତହସିଲ କାର୍ଯ୍ଯାଳୟର ସୁବ୍ଯସ୍ଥା ଓ କର୍ମଚାରୀଙ୍କର ସରକାରୀ କ୍ବାର୍ଟରର ସୁବ୍ଯବସ୍ଥା କରିବା ଦିଗରେ ଆଗେଇ ଆସିବେ ବୋଲି ଆଶା କରାଯାଉଛି। ତେବେ ଆଗକୁ ଏହାର ସମାଧାନ ଜିଲ୍ଲା ଓ ବ୍ଳକ ପ୍ରଶାସନ କେତେ ଗୁରୁତ୍ୱ ଦେଉଛିନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ