।। ଶକଟା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମର ପରିଦର୍ଶନ କାର୍ଯ୍ୟକ୍ରମ ।।

Feb 23, 2024 - 12:07
 0  15
।। ଶକଟା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ  କାୟାକଳ୍ପ ଟିମର ପରିଦର୍ଶନ କାର୍ଯ୍ୟକ୍ରମ ।।

ରାୟଗଡା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଶକଟା ଗ୍ରାମରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି କାୟାକଳ୍ପ ଟିମ ପରିଦର୍ଶନ କାର୍ଯ୍ୟକ୍ରମ ଥିବାବେଳେ ବିଏସପି ନେତା ନିଜ ସମର୍ଥକଙ୍କ ସହ ପହଞ୍ଚି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଥିଲେ । ଖବର ପାଇ ମୁନିଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ସେଠାରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବିଏସପି ନେତା ଜିତୁ ଜାକେସିକା ମଧ୍ୟରେ ଯୁକ୍ତିତର୍କ ଓ ପରେ ଉଭୟଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ ପରିସ୍ଥିତି ଉପୁଜିଥିଲା । ଖବରପାଇ ବିଷମକଟକ ଏସଡିପିଓ ଓ ମୁନିଗୁଡା ଥାନାରୁ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଡାକ୍ତରଙ୍କୁ ଉଦ୍ଧାର କରିଛନ୍ତି । ଯାହାକୁ ନେଉ ଉଭୟ ପକ୍ଷରୁ ମୁନିଗୁଡା ଥାନାରେ ଏତଲା ଦିଆଯାଇଥିବା ବେଳେ ଶହଶହ ସଂଖ୍ୟାର ନିୟମଗିରି ଡଙ୍ଗରିଆମାନେ ଥାନା ସମ୍ଭୁଖରେ ଦିର୍ଘଘଣ୍ଟା ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଛି l ସେପଟେ ମତେ ନ୍ୟାୟ ନ ମିଳିଲେ ହଜାର ହଜାର ସଂଖ୍ୟାରେ ମୁନିଗୁଡା ଥାନା ଆଗରେ ଶାନ୍ତିପୂଣ୍ର ଆନ୍ଧଳନ କରାଯିବ ବଲି ଅଭିଯୋଗ କରିଛନ୍ତି Bsp ନେତା ଜିତୁ ଜାକେସିକ l

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ