ଲଗାଣ ବର୍ଷା ରେ ଭୁଶୁଡ଼ିପଡ଼ିଲା ଘର କାନ୍ଥ ଅଳ୍ପକେ ବର୍ତ୍ତିଲେ

Jul 29, 2026 - 18:19
 0  52
ଲଗାଣ ବର୍ଷା ରେ ଭୁଶୁଡ଼ିପଡ଼ିଲା ଘର କାନ୍ଥ ଅଳ୍ପକେ ବର୍ତ୍ତିଲେ

କ .ନୂଆଗାଁ ୨୮/୦୨୬( ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ରେ ଅନେକ ଅଞ୍ଚଳ ରେ କ୍ଷୟକ୍ଷତି ସହ ଅନେକ ଗ୍ରାମ ଜଳବନ୍ଦୀ ହୋଇଥିବା ଅଭିଯୋଗ ହୋଇଛି । ଅନେକ ଗ୍ରାମ କୁ ବର୍ଷା ପ୍ରବଳ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ କଚ୍ଚା ଘର ଭାଙ୍ଗି ଯାଇଥିବା ଖବର ମିଳିଛି । ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ କପୁଗୁଡା ଗାଁ ର ସୁବର୍ଣ୍ଣ ବେହେରା ଘର ଲଗାଣ ବର୍ଷା ଯୋଗୁଁ ଘର ଗୋଟିଏ କାନ୍ଥ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ପରିବାର ଅଭିଯୋଗ ଅନୁଯାୟୀ ମଙ୍ଗଳବାର ଦିନ ୨ ଟା ସମୟରେ ଅଧିକ ରୁ ଅଧିକ ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ସମ୍ପୁର୍ଣ ଭୁଶୁଡ଼ି ପଡ଼ିଥିଲା ଯାହା ଫଳରେ ସାତ ଜଣ ସଦସ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଘର କାନ୍ଥ ଭୁଶୁଡ଼ି ଯିବା ପରେ ସାତ ଜଣ ସଦସ୍ୟ ବର୍ତ୍ତମାନ ନିଜ ଭାଇ ଘରେ ଆଶ୍ରୟ ନେଉ ଥିବା କହିଛନ୍ତି । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ପରିବାର କୁ କିଛି ସହାୟତା ଯୋଗାଇ ଦେବା ପାଇଁ ପରିବାର ସହ ଗ୍ରାମ ବାସୀ ଦାବି କରିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ