ରାୟଗଡା ଯୁବ ଶକ୍ତି ଓ ଅଗ୍ନିଶମ ବିଭାଗର ମିଳିତ ପ୍ରୟାସରେ:ଡ୍ରେନରୁ ଉଦ୍ଧାର ହେଲା ଗୋମାତା l ମାଲିକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ?

Sep 12, 2026 - 15:40
 0  37
ରାୟଗଡା ଯୁବ ଶକ୍ତି ଓ ଅଗ୍ନିଶମ ବିଭାଗର ମିଳିତ ପ୍ରୟାସରେ:ଡ୍ରେନରୁ ଉଦ୍ଧାର ହେଲା ଗୋମାତା l ମାଲିକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ?

୧୨/୯/୨୦୨୬- ଗୁଣପୁର (ଫାଷ୍ଟ ନ୍ୟୁଜ ଓଡିଶା) କୈଳାସ ଚନ୍ଦ୍ର ଗୌଡ଼ ରାୟଗଡା ଜିଲ୍ଲା ଗୁଣୁପୁର ସହରରୁ ଏକ ବଡ଼ ଧରଣର ପ୍ରାଣୀ ଉଦ୍ଧାର ଘଟଣା ସାମ୍ନାକୁ ଆସିଛି। ରାୟଗଡା ଯୁବ ଶକ୍ତି ଏବଂ ଗୁଣୁପୁର ଅଗ୍ନିଶମ ବିଭାଗର ମିଳିତ ପ୍ରୟାସରେ ଏକ ବଡ଼ ଡ୍ରେନ ଭିତରୁ ଗୋଟିଏ ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୁଣୁପୁର ଷ୍ଟେସନ ରୋଡ଼ ପାର୍ଶ୍ୱରେ ଥିବା ଏକ ଗଭୀର ଡ୍ରେନରେ ହଠାତ୍ ଏକ ଗାଈ ପଡ଼ି ଫସି ରହିଥିଲା। ପ୍ରଥମେ ରାୟଗଡା ଯୁବ ଶକ୍ତିର ଜଣେ କର୍ମୀ ନିଜ ପ୍ରୟାସରେ ଗାଈକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ପରେ ସେହି ସଂଗଠନର ଅନ୍ୟ ଜଣେ ସଦସ୍ୟ ତତ୍ପରତା ପ୍ରକାଶ କରି ଗୁଣୁପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା କ୍ଷଣି ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବ ଶକ୍ତି କର୍ମୀଙ୍କ ସହ ମିଶି ଏକ ଜଟିଳ ଅପରେସନ୍ ଜରିଆରେ ଗାଈଟିକୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗାଈ ମାଲିକମାନଙ୍କ ଦାୟିତ୍ୱହୀନତାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି— ଗାଈ ମାଲିକମାନେ କାହିଁକି ଏଭଳି ଦାୟିତ୍ୱହୀନ କାମ କରୁଛନ୍ତି? ଏବଂ ପ୍ରଶାସନ କାହିଁକି ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ରାସ୍ତା ଉପରେ ଗାଈମାନେ ବସି ରହୁଥିବାରୁ ଗାଡ଼ିଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଗାଡ଼ି ଚଳାଇବା ବେଳେ ଏହା ଭୟଙ୍କର ଦୁର୍ଘଟଣାର କାରଣ ପାଲଟୁଛି ଏବଂ ଅନେକ ନିରୀହ ଲୋକ ଦୁର୍ଘଟଣାର ଶିକାର ମଧ୍ୟ ହରାଉଛନ୍ତି। ସହରରେ ଗାଈଗରୁଙ୍କୁ ଖାଲି ଛାଡ଼ୁଥିବା ଅମାନିଆ ମାଲିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଜରିମାନା କିମ୍ବା କଠିନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏକ ସ୍ଥାୟୀ ପଦକ୍ଷେପ ନେବା ସହ ଏହାର କଡ଼ା କାର୍ଯ୍ୟାନ୍ୱୟନ କରିବା ନିହାତି ଜରୁରୀ ହୋଇପଡ଼ିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ