ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ, ପିଏମଜି ପ୍ରଗତି ଓ ଜଳ ସୁରକ୍ଷା ବୈଠକ ଅନୁଷ୍ଠିତ

Nov 12, 2026 - 17:29
 0  1
ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ, ପିଏମଜି ପ୍ରଗତି ଓ ଜଳ ସୁରକ୍ଷା ବୈଠକ ଅନୁଷ୍ଠିତ

*ମାଲକାନଗିରି,୧୦/୧୧/୨୬:* ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମାସିକ ରାଜସ୍ୱ ସମୀକ୍ଷା, ପିଏମଜି ପ୍ରଗତି ଏବଂ ଜଳ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମେ ଜିଲ୍ଲାର ବିଭିନ୍ନ ରାଜସ୍ୱ ମାମଲା, ଜମି ପଟ୍ଟା ବଣ୍ଟନ, ରାଜସ୍ୱ ଆଦାୟ ଏବଂ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ସ୍ଥିତି ସମ୍ପର୍କରେ ଟିକନିଖି ସମୀକ୍ଷା କରାଯାଇଥିଲା। ଭିତ୍ତିଭୂମି ବିକାଶ ତଥା ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣବତ୍ତାର ସହ ଶେଷ କରିବା ଲାଗି ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜିଲ୍ଲାର ଜଳ ସୁରକ୍ଷା କାର୍ଯ୍ୟ ଯୋଜନା ଉପରେ ଏକ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା। ବୈଠକରେ ପ୍ରୋଜେକ୍ଟର ମାଧ୍ୟମରେ ଲୁଜ୍ ବୋଲ୍ଡର ଷ୍ଟ୍ରକଚର ଭଳି ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ପ୍ରଣାଳୀ ଜରିଆରେ କିପରି ଜଳ ସଂରକ୍ଷଣ କରାଯାଇପାରିବ ସେ ନେଇ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ବୃଷ୍ଟିଜଳ ଅମଳ, ସଠିକ୍ ନଦୀବନ୍ଧ ପରିଚାଳନା ଏବଂ ସମସ୍ତଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ଦିଗରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ସରକାରୀ ଯୋଜନାର ସଫଳ ରୂପାୟନ ଆମର ପ୍ରମୁଖ ପ୍ରାଥମିକତା। ବିଶେଷ କରି ଜଳ ସଂରକ୍ଷଣ ଦିଗରେ ବ୍ୟବହାରିକ ପଦକ୍ଷେପ ନେବା ସହ ଜିଲ୍ଲାରେ ଚାଲୁ ରହିଥିବା ସମସ୍ତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ବିଭାଗ ଆନ୍ତରିକତାର ସହ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହି ଉଚ୍ଚସ୍ତରୀୟ ବୈଠକରେ ମଞ୍ଚାସୀନ ଥିବା ଅନ୍ୟାନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଡିଏଫଓ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ସିଡିଓ-କମ୍-ଇଓ ଦାଶରଥୀ ସରାବୁ, ପିଏ ଆଇଟିଡିଏ ହଳଧର ଶବର ଏବଂ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ