ବେଆଇନ ଶିକାର କାର୍ଯ୍ୟକଳାପ ପାଇଁ ତିନିଜଣ ଶିକାରୀ ସିମିଲିପାଲରେ ଗିରଫ

Sep 21, 2024 - 04:29
 0  10
ବେଆଇନ ଶିକାର କାର୍ଯ୍ୟକଳାପ ପାଇଁ ତିନିଜଣ ଶିକାରୀ ସିମିଲିପାଲରେ ଗିରଫ

ବାରିପଦା:୨୦/୦୯/୨୪: ବିଶ୍ବସ୍ତ ସୂଚନା ଉପରେ ଆଧାର କରି ଏବଂ ସିମିଲିପାଲ ରିଜର୍ଭ ଜଙ୍ଗଲ ମଧ୍ୟରେ ନିୟମିତ ପାଟ୍ରୋଲିଂ ସମୟରେ ସ୍ୱତନ୍ତ୍ର ଟାସ୍କ ପ୍ରୋଟେକସନ ଫୋର୍ସ (ଏସଟିପିଏଫ) ଏବଂ ଠାକୁରମୁଣ୍ଡା ୱାଇଲ୍ଡ ଲାଇଫ ରେଞ୍ଜର ବନ କର୍ମଚାରୀମାନେ ମୂଳ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ର ତୁମୁଳ ପୁର୍ତୀଙ୍କ ପୁଅ ଶ୍ରୀ ସୁଦର୍ଶନ ପୁର୍ତୀ (୩୬) ତାଙ୍କ ବେଆଇନ କାର୍ଯ୍ୟକଳାପ ସମୟରେ ଧନୁ ଓ ତୀର ସହିତ ଧରାପଡିଥିଲେ।ତାଙ୍କୁ ପଚରାଉଚରା ପରେ ଉତ୍ତର ସୀମା ତଥା କରଞ୍ଜିଆ ଅଞ୍ଚଳର ବନ ଅଧିକାରୀମାନେ ଅଧିକ ଅନୁସନ୍ଧାନ କରି ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଅଞ୍ଚଳରୁ ସାଙ୍ଗୀ ସୁଣ୍ଡିଙ୍କ ପୁତ୍ର ଶ୍ରୀ କୁଶା ସୁଣ୍ଡି (୨୫)।ମହୁଲଡିହା ଥାନା ଅନ୍ତର୍ଗତ ମଣ୍ଡଳିଝରି ଗ୍ରାମର ଚାତରାୟ ପୁର୍ତୀ, ପୁତ୍ର ଶ୍ରୀ ଦୁର୍ଜଦନ୍ ପୁର୍ତୀ (୫୨), ଗିରଫ ହୋଇଥିବା ବେଳେ ୨ଟି ହରିଣ ସିଙ୍ଗ,ଆଠଟି ଧନୁ, ପାଞ୍ଚଟି ତୀର ମଧ୍ଯ ଶିକାରୀମାନଙ୍କ ନିକଟରୁ ଜବତ୍ କରାଯାଇଛି। ଅଧିକ ତଦନ୍ତ ଚାଲିଛି ଏବଂ ସମସ୍ତ ଅଭିଯୁକ୍ତମାନଙ୍କୁ ମାନ୍ୟବର କୋର୍ଟକୁ ପଠାଯିବ ବୋଲି ଅଧିକାରୀ ସୁଚନା ଦେଇଛନ୍ତି।

 ବାରିପଦା-ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ