।।ବିଜୁଳି ରାସ୍ତା ପାନୀୟ ଜଳ ଓ ଶିକ୍ଷାରୁ ବଞ୍ଚିତ ରେଙ୍ଗାମlଜୁ ଗ୍ରାମବାସୀ ।।

Mar 24, 2024 - 18:16
 0  47
।।ବିଜୁଳି ରାସ୍ତା ପାନୀୟ ଜଳ ଓ ଶିକ୍ଷାରୁ ବଞ୍ଚିତ ରେଙ୍ଗାମlଜୁ ଗ୍ରାମବାସୀ ।।

ରାୟଗଡା ଜିଲ୍ଲା ଗୁଡାରୀ ସଦର୍ ମହକୁମା ନିକଟସ୍ଥ କର୍ଲlଘlଟି ଗ୍ରାମ ପଞ୍ଚାୟତ ର ଅଧ୍ୟୁଷିତ ଅଞ୍ଚଳ ରେଙ୍ଗାମlଜୁ ଗ୍ରାମ ଭାରତ ସ୍ଵାଧୀନତା ହୋଇ 75 ବର୍ଷ ବିତିଯାଇଥିଲେ ସୁଦ୍ଧା ରେଙ୍ଗାମlଜୁ ଗ୍ରାମକୁ,ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଶିକ୍ଷା ର ସୁବିଧା ବର୍ତ୍ତମାନ୍ ସୁଦ୍ଧା ସାତସପନ l ଏହି ଗ୍ରାମର ଲୋକେ ଚାଉଳ ଭତ୍ତା ନିମନ୍ତେ କଞ୍ଚା ପାହାଡ଼ ପଥରିଆ ଡଙ୍ଗର ରାସ୍ତାରେ ଚାଲି ଚାଲି କର୍ଲlଘlଟି ଗ୍ରାମ ପଞ୍ଚାୟତକୁ ଯାଇଥାନ୍ତି l ସ୍ୱାସ୍ଥ୍ୟ ଖରାପ କିମ୍ବା ଗର୍ଭବତୀ ମହିଳା ମାନଙ୍କୁ ଦୀର୍ଘ ସାତ କିଲୋମିଟର କଞ୍ଚା ପାହାଡିଆ ପଥରିଆ ରାସ୍ତାରେ ଖଟିଆ ରେ ବୋହି ନେବାକୁ ପଡିଥାଏ l ଏଭଳି ଘଟଣା ବହୁତ୍ ଥର ହୋଇଛି ବୋଲି ମୌଖିକ ଭାବେ ଗ୍ରାମବାସୀ ବୟାନ ଦେଇଛନ୍ତି l ବିଜୁଳି କଥା ତୋ ନ କହିବା ଭଲ ଦୀର୍ଘ ଛଅ ବର୍ଷ ପୂର୍ବରୁ ବିଜୁଳି ଦିଆଯାଇଥିଲା ସତ କିନ୍ତୁ କିଛି ମାସ ବିଜୁଳି ଜଳିଲା ବିଲ ବି ଆସିଲା କିନ୍ତୁ କିଛି ମାସ ବିଜୁଳି ଚାଲିବା ପରେ ବର୍ତ୍ତମାନ ଅନ୍ଧାରରେ ଜୀବନ ବିତାଉଛନ୍ତି ସ୍ତାନୀୟ ବାସିନ୍ଦା l ବାରମ୍ବାର ସ୍ଥାନୀୟ ପ୍ରଶାସନ, ଇଲେକ୍ଟ୍ରି ଜେ ଇ, ଇଲେକ୍ଟ୍ରି ଏସ୍ ଡି ଓ ମହାଶୟ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ କାର୍ଯ୍ୟକାରି ହୋଇ ପାରି ନାହିଁ ବୋଲି ଅଭିଯୋଗ ହୋଇଛି l ଏହି ଗ୍ରାମରେ ତିରିଶ ପରିବାର ରହୁଥିବା ବେଳେ ପାନୀୟ ଜଳ ନିମନ୍ତେ ଗୋଟିଏ ମାତ୍ର ଟିୟୁବଲ ରହିଛି l ଖରାଦିନେ ତିରିଶି ପରିବାର କୁ ଗୋଟିଏ ଟିୟୁବଲ ର ପାଣି ସମସ୍ତ ଙ୍କୁ ଯୋଗାଇଦେଇ ପାରୁନାହିଁ ତେଣୁ ଆଉ ଗୋଟିଏ ସୋଲାର ପାଇପ୍ ଯୋଗାଇବା ନିମନ୍ତେ ଅଭିଯୋଗ ହୋଇଛି l ଆଗାମୀ ଦିନରେ ଏହି ମୌଳିକ ସୁବିଧା ନ ହୁଏ ତେବେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଦେଖିବାକୁ ହେଲେ ଏବେ ଏହି ଗ୍ରାମକୁ ୨୦୨୪ ର ବିଧାନ ସଭା ଆସନ ପାଇଁ ନିର୍ବାଚନ ପାଖେଇ ଆସୁଥିବାବେଳେ ନେତା ମନ୍ତ୍ରୀ ଭୋଟ ମାଗିବାକୁ ମାଳ ମାଳ ଏହି ଗ୍ରାମ କୁ ଗାଡ଼ି ଘୋଡ଼ା ଧରି ଆସି ଦିନ ରାତି ହାତୀ ଘୋଡା ଦେବୁ ବୋଲି ଭୋଟ ମାଗିବାକୁ ଆସିବେ। ଭୋଟ ନେଇ ଯାଇ ଯିତିବା ପରେ ଏହି ଗ୍ରାମକୁ ଭୁଲି ଯାଉଛନ୍ତି ।ଆଉ ପାଞ୍ଚବର୍ଷ ଯାଏ ଗୋଟିଏ ରେଙ୍ଗା ମାଜୁ ଗ୍ରାମ ଭଳି ଯେ ଅଛି ଭୁଲି ଯାଉଛନ୍ତି ବୋଲି। ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଯଥାଶୀଘ୍ର ସମସ୍ୟା ର ସମାଧାନ କରିବାକୁ ଉକ୍ତ ଗ୍ରାମବାସୀ ନିବେଦନ କରିଛନ୍ତି । ତେବେ ଯାହା ହେଉ ଏହି ଗ୍ରାମର ସମସ୍ୟା ସମାଧାନ କେବେ ଦୁର ହେବ ଓ ତାହା ଦେଖିବା କୁ ବାକି ରହିଲା।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ