ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦଯାପିତ

Sep 4, 2026 - 19:07
 0  57
ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଉଦଯାପିତ

ବାରିପଦା - ତା:-୦୪/୦୯/୨୬ ରିଖ ବାରିପଦା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଏକ ଅଭିନବ ପ୍ରୟାସ ଦ୍ବାରା ପ୍ରଥମ କରି ବାରିପଦା ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଆଖି ଆଗରେ ରଖି ଏକ ଦିନିଆ ପ୍ରଶିକ୍ଷଣ ଶିବିର ଚାରିଦିନ ଧରି ଚାଲି ଶେଷରେ ୦୩.୦୯.୨୦୨୬ ରିଖଦିନ ପୋଲିସଲାଇନ୍ ଉଚ୍ଚ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି I ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରି ପୁର୍ଣ୍ଣଚନ୍ଦ୍ର ସେଠି ଯୋଗଦେଇ ବହୁ ଉପାଦେୟ କଥା ଉପଦେଶ ଦେଇଥିଲେ। ପ୍ରଶିକ୍ଷଣ ଶିବିରଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ବରିଷ୍ଠ ପ୍ରାଥମିକ ଚିକିତ୍ସା ରାଜ୍ୟ ସାଧନ କର୍ମୀ ସତ୍ୟ ନାରାୟଣ ଦାସ ପ୍ରଶିକ୍ଷକ ଭାବେ ଯୋଗଦାନ କରି ବିଦ୍ୟାଳୟ ମଧ୍ୟରେ କିପରି ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷିତ ରଖି ପାରିବା ପ୍ରଶିକ୍ଷାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର କୌଶଳ ପ୍ରଦାନ କରିଥିଲେ I ଉକ୍ତ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତ ପ୍ରଶିକ୍ଷାର୍ଥିମାନଙ୍କୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ଉକ୍ତ ଶିବିରକୁ ବାରିପଦା ବ୍ଲକର ଶିକ୍ଷକ ସମନ୍ବୟ ସମିତିର ଅଧ୍ୟକ୍ଷ ଗୌରଗୋପାଳ ଲେଙ୍କା, ସାଧାରଣ ସମ୍ପାଦକ ସିଦ୍ଧେଶ୍ଵର ମିଶ୍ର, ଉପଦେଷ୍ଟା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସହାୟତାରେ ଶିବିରଟି ପରିଚାଳନା ହୋଇଥିଲା। ଏଥିରେ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗଦାନ କରି ୦୩ ଟି କ୍ଲଷ୍ଟରର ସିଆରସିସି ଅଂଶ ଗ୍ରହଣ କରିଥିଲେ । ଶେଷରେ ସପନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ