ପୁଣି ହାଇଦ୍ରାବାଦରେ କନ୍ଧମାଳର ଦାଦନ ଶ୍ରମିକଙ୍କ ମୃତ୍ୟୁ
ଦାରିଙ୍ଗବାଡ଼ି, ୩/୮(ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନ ମାଣ୍ଡିପଙ୍କା ଗ୍ରାମର ବୁଡାଗୁଡ଼ା ସାହିର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶିମାଞ୍ଚଳ ନାୟକ (୧୯)।ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ୧୨ ଜୁଲାଇରେ ଶିମାଞ୍ଚଳ ରୋଜଗାର ଆଶାରେ ହାଇଦ୍ରାବାଦକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ବେଳେ ଗତକାଲି ମଧ୍ୟରାତ୍ରରେ ହାଇଦ୍ରାବାଦର ଏକ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଜୀବିକା ନିର୍ବାହ ପାଇଁ ସେ ଓଡ଼ିଶା ବାହାରକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ। ତାଙ୍କର ଅକାଳ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଏହି ଘଟଣା ଗ୍ରାମାଞ୍ଚଳରେ ରୋଜଗାରର ଅଭାବ ଏବଂ ଦାଦନ ସମସ୍ୟାକୁ ପୁଣିଥରେ ସାମ୍ନାକୁ ଆଣିଛି। ରାଜ୍ୟ ସରକାର ଦାଦନମୁକ୍ତ ଓଡ଼ିଶା ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ, ସ୍ଥାନୀୟ ସ୍ତରରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନ ଥିବାରୁ ଅନେକ ଯୁବକ ଏବେ ମଧ୍ୟ ଅନ୍ୟ ରାଜ୍ୟକୁ କାମ ପାଇଁ ପଳାୟନ କରୁଛନ୍ତି।ମୃତକଙ୍କ ପରିବାର ସରକାରଙ୍କୁ ଦାଦନ ଶ୍ରମିକ ମୃତ୍ୟୁଜନିତ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବା ସହ ପରିବାରକୁ ଯଥାଯୋଗ୍ୟ ସରକାରୀ ସହାୟତା ଯୋଗାଇବାକୁ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0