ପୁଅ ବହୁଙ୍କ ନିର୍ଯ୍ୟାତନା ସହି ନପାରି ବୃଦ୍ଧ ପିତାମାତା ରାସ୍ତା ରେ ଖୋଜି ବୁଲୁଛନ୍ତି ଜରା ନିବାସ।

Sep 21, 2024 - 04:26
 0  9
ପୁଅ ବହୁଙ୍କ ନିର୍ଯ୍ୟାତନା ସହି ନପାରି ବୃଦ୍ଧ ପିତାମାତା ରାସ୍ତା ରେ ଖୋଜି ବୁଲୁଛନ୍ତି ଜରା ନିବାସ।

ବାରିପଦା:୧୯/୦୯/୨୪: ଶାସ୍ତ୍ର ମତରେ"ପୁତ୍ରାର୍ଥେ କ୍ରିୟତେ ଭାର୍ଯା,ପୁତ୍ର ପିଣ୍ଡ ପ୍ରୟୋଜନମ୍"। ସାଂସାରିକ ଜୀବନର ପ୍ରାରମ୍ଭରେ ଅଧିକାଂଶ ଦମ୍ପତି ପୁତ୍ର ସନ୍ତାନର ପିତାମାତା ହେବାର ଅଭିଳାଷା ରଖନ୍ତି। ଜୀବନ ଜାକ ପିଲାମାନଙ୍କର ଲାଳନ ପାଳନ ସହିତ ସୁନ୍ଦର ସୁରକ୍ଷିତ ଭବିଷ୍ୟତ ପାଇଁ ସମସ୍ତ ସାମର୍ଥ୍ୟ ଲଗାଇ ଯଥା ସାଧ୍ୟ ପ୍ରଚେଷ୍ଟା ଜାରି ରଖନ୍ତି। କିନ୍ତୁ କେତେବେଳେ କେଜାଣି ଯୈ।ବନର ବାରାଣାସୀ ରେ ବିଚରଣ କରୁକରୁ ବୟସର ଅପରାହ୍ନ ଆସି ଉପନୀତ ହୋଇଯାଏ,ଆଉ ଧିରେଧିରେ ନିଜ ଅଜାଣତରେ ନିଜର ସବୁକିଛି ଆଉ କାହାର ହୋଇଯାଏ,ଆଉ ନିଜର ରକ୍ତ ସଂମ୍ପର୍କ ପାଖରେ ମୁହଁ ଲୁଚାଇ ଥରେ ନୁହେଁ ବରଂ ବାରମ୍ବାର ପରାସ୍ତ, ପରାଜିତ, ଲଜ୍ଜିତ,ଲାଞ୍ଚ୍ଛିତ ହୋଇ ଶେଷରେ ଜରାଜୀର୍ଣ୍ଣ ଶରୀର ଆଉ ଅତୀତର ସ୍ମୃତି ସମୁହକୁ ଭଙ୍ଗା ହୃଦୟରେ ଧରି ଆଜିର ଏ ଅଭିଯାନ ତାଙ୍କର ଜରାଶ୍ରମ ଅଭିମୁଖେ। ୨ ପୁଅ,୨ ବହୁ ନାତି ନାତୁଣୀ ସଂସାର ତାଙ୍କର ଅନେକ ସମ୍ପର୍କ ର ଅନେକ ଛୋଟବଡ଼ ଫୁଲକୁ ଗୋଟିଏ ସ୍ନେହର ସୂତାରେ ଗୁନ୍ଥିବାର ସାରା ଜୀବନର ପ୍ରୟାସ ତାଙ୍କର, ବାରମ୍ବାର ନାନା ନିର୍ଯାତନାର ଶିକାର ହେଲାପରେ ମଧ୍ଯ ଏମାନଙ୍କୁ ଛାଡ଼ି ଯିବାର କଥା ବାରମ୍ବାର ପ୍ରତିବନ୍ଧକ ହୋଇ ତାଙ୍କର କଣ୍ଠ ବାଷ୍ପ ରୁଦ୍ଧ କରିଛି ଅଗଣିତ ଥର। ଆଜି କିନ୍ତୁ ସହିବାର ସବୁ ସୀମା ଟପିଲା ଆଉ ସହଧର୍ମିଣୀଙ୍କୁ ଧରି ବାରିପଦା ସହର ଅଭିମୁଖେ ଚାଲିଆସିଛନ୍ତି ବୃଦ୍ଧ ଦମ୍ପତି। ସମସ୍ତେ ଲେ ବି ପରିଣତ ବୟସରେ ବାରିପଦା ରାଜ ରାସ୍ତା ରେ ଖୋଜୁଛନ୍ତି କେଉଁଠି ଅଛି ଜରା ନିବାସ,କିଏ ଆଶ୍ରୟ ଟିକେ ଦେବ । ପୁଅ ବହୁ ର ନିର୍ଯ୍ୟାତନା ସହି ନ ପାରି ବାର ଦ୍ଵାର ବୁଲୁଛନ୍ତି ବୃଦ୍ଧା ଦମ୍ପତି, ଏଭଳି ଅବସ୍ଥାରେ ଜଣେ ବୃଦ୍ଧ ଦମ୍ପତି ଙ୍କୁ ଉଦ୍ଧାର କରିଛନ୍ତି ନାରାୟଣ ସେବା ସଂଘ,।ଏ ପରି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରରେ ।ବାରିପଦା ରେ ପୁଣି ଲଜ୍ୟା, ପାରିବାରିକ ଗଣ୍ଡଗୋଳ ର କରୁଣ ପରିସ୍ଥିତି ଏଭଳି ଯେ ଜଣେ ବୃଦ୍ଧ ଦମ୍ପତି ଘର ଛାଡ଼ି ଏବେ ଧର୍ମଶାଳା ପିଣ୍ଡାରେ।ପୁଣି ସାମାଜିକ ବ୍ୟବସ୍ଥା, ପାରିବାରିକ ହିଂସା ଏବଂ ପାରିବାରିକ ଲଜ୍ୟା ର ସିମାଟପି ବାର ଏ ଦୃଶ୍ୟ। ବାରିପଦା ର ମହାରାଣୀ ଧର୍ମଶାଳା ପିଣ୍ଡାରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏହି ବୃଦ୍ଧ ଦମ୍ପତି, ଆଧାର ପରିଚୟପତ୍ର ଅନୁସାରେ ବୟସ ୮୦ ଟପିଗଲାଣି ଏ ହେଉଛନ୍ତି ମୟୁରଭଞ୍ଜ ଶୁକ୍ରୁଳି ବଜାର ର ଅରବିନ୍ଦ ସାହୁ ଏବଂ ତାଙ୍କ ସ୍ତ୍ରୀ ପ୍ରେମଲତା ଦୁହେଁ ଚାରିଦିନ ହେଲାଣି ଘରୁ ପଳାଇଆସି ବାରିପଦା ଡାକ୍ତରଖାନା ପିଣ୍ଡାରେ ରହୁଛନ୍ତି, ଅରବିନ୍ଦ ଙ୍କ ଆଖିକୁ ଠିକ୍ ଭାବେ ଦେଖାଯାଏ ନାହିଁ,ଶରୀରର ବାମ ପଟ ପକ୍ଷାଘାତ ରେ ଆକ୍ରାନ୍ତ। ପୁଅ ବହୁ ଙ୍କ ଅକଥନୀୟ ନିର୍ଯାତନା ସହି ନ ପାରି ଏବେ ଘରଛାଡି ପଳାଇ ଆସିଛନ୍ତି,ଦୁଇ ପୁଅ ଶିକ୍ଷିତ,ବହୁ ବି ବେସରକାରୀ ସ୍କୁଲ ଶିକ୍ଷୟତ୍ରୀ ହେଲେ ପାରିବାରିକ ନିର୍ଯ୍ୟାତନା ଅସହ୍ୟ ହେଲା ଏଇ ବୃଦ୍ଧ ଦମ୍ପତ୍ତି ଙ୍କୁ,କେତେ ବା ଆଉ ସହି ଥାଆନ୍ତେ। ଶେଷରେ ଘର ଛାଡ଼ି ଆଶ୍ରୟ ନେବା ପାଇଁ ବୃଦ୍ଧାଶ୍ରମ ଖୋଜୁଛନ୍ତି ଏହି ବୃଦ୍ଧ ଦମ୍ପତି। ପାରିବାରିକ ଲଜ୍ୟା ର ସବୁ ସୀମା ଟପିଗଲେ ପୁଅ ବହୁ, ଏଭଳି ଜିବନ ର ଅପରାହ୍ନ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କୁ ବାରିପଦା ମେଡିକାଲ କଲେଜ ପିଣ୍ଡାରୁ ଉଦ୍ଧାର କରି ନାରାୟଣ ସେବା ସଂଘ ଧର୍ମଶାଳା ରେ ଥଇଥାନ କରିଛନ୍ତି, ପରିବାର ସହ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ।ତେବେ ଯାହା ବି ହେଉ ନା କାହିଁକି ଏଭଳି ଘଟଣା କେବେ ବି ସଭ୍ୟ ସମାଜରେ ହେବା କଥା ନୁହେଁ, ଦିନେ ଯେଉଁ ବାପା ମା ଛୁଆ କୁ ଦୁଃଖ କଷ୍ଟ ସହ୍ୟ କରି ବଡ଼ କରିଛି ଆଜି ସେହି ବାପା ମା ଙ୍କୁ ହତାଦର, ପରିବାର ଲୋକଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ କିନ୍ତୁ ବୃଦ୍ଧ ଏବଂ ବୟସ୍କ ଲୋକଙ୍କ ପାଇଁ ସରକାର ଏବଂ ଉଚ୍ଚ ନ୍ୟାୟାଳୟ ଅନେକ ଆଇନ୍ ମଧ୍ୟ ଆଣିଛନ୍ତି,ଦେଖାଯାଉ ଅରୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ପରିବାର ବର୍ଗ ସାହାରା ଦେଉଛନ୍ତି ନା ନାହିଁ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ