।। ପାଞ୍ଚ କିଲ ଚାଉଳ ପାଇଁ ନିରିହ ଗରିବ ଆଦିବାସୀ ମାଲୁ ମାଝୀ ଙ୍କ ଜୀବନ ଚାଲି ଗଲା ।।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ୍ ପଞ୍ଚାୟତ ଧଡଫାସ୍ ଗ୍ରାମର ମାଲୁ ମାଝୀ ପାଞ୍ଚ କିଲୋ ଚାଉଳ ପାଇଁ ଜୀବନ ଚାଲି ଯାଇଛି। ଭାଲୁ ମାଝୀ ଙ୍କ ବୟସ ୫୯ ବର୍ଷ ତାଙ୍କ ସ୍ତ୍ରୀ ଡମଣି ମାଝୀ ଓ ପୁଅ ହରିରାମ ମାଝୀ ତିନି ବାପା ମାଁ ପୁଅ ମିଶି ପଞ୍ଚାୟତ ଅଫିସ୍ ଡଙ୍ଗାସିଲ୍ ପିଡିଏସ୍ ଚାଉଳ ପାଇଁ ୮ କି.ମି ଦୂର ଅନଲାଇନ୍ ଫିଙ୍ଗର ପ୍ରିଣ୍ଟ ଦେବା ପାଇଁ ଯାଇଥିଲେ । ମୃତ୍ୟୁ ମାଲୁ ମାଝୀ ସହ ପରିବାର ସକାଳ ପ୍ରାୟ ୧୦ ଘଟିକା ସମୟ ପଞ୍ଚାୟତ ଅଫିସ୍ କୁ ଯାଇ ଥିଲେ ଯୋଗାଣ ସହାୟକ ଅର୍ଜୁନ ରେଲି ଫିଙ୍ଗର ପ୍ରିଣ୍ଟ କରାଉଥିବାରୁ ସେଠାରେ ଧାଡ଼ି ବାନ୍ଧି ଠିଆ ହଇଥିଲେ ମୃତ୍ୟୁ ମାଲୁ ମାଝୀ । ହଠାତ୍ ବାପା ଙ୍କ ଦେହ ଅସୁସ୍ଥ ହେବାରୁ ପୁଅ ହରିରାମ ବାପାର ଦେହ ଭଲ ନାହିଁ ଆମ ର ଅନଲାଇନ୍ କରିଦିଅନ୍ତୁ କୋହିବାରୁ ଅର୍ଜୁନ ତାଙ୍କୁ ପାଟିତୁଣ୍ଡ କରିଥିଲେ। ଜ୍ଜୋର ଲୋକଙ୍କୁ ହେବନାହିଁ କୋହି ଧାଡ଼ିରେ ଠିଆ ହେବା ପାଇଁ ବାଧ୍ୟ କରିଥିଲେ। ଯାହା ଫଳରେ ମାଲୁ ଅସୁସ୍ଥ ଅନୁଭବ କରି କଷ୍ଟେ ମଷ୍ଟେ ଧାଡ଼ିରେ ସକାଳ ପ୍ରାୟ ଦିନ ୧୦ ଟା ସମୟରୁ ସନ୍ଧ୍ୟା ୫ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଠିଆ ହେବା ପରେ ମାଲୁ ଙ୍କ ଅନଲାଇନ୍ କାମ କରାଇଥିଲେ ଯୋଗାଣ ସହାୟକ ଅର୍ଜୁନ। ସନ୍ଧ୍ୟା ରାତ୍ର ସମୟ ହେଇଥିବା ରୁ ପୁଅ ହରିରାମ ବାପା ଙ୍କ ଦେହ ଅଧିକ ଖରାପ୍ ହେବାରୁ ଡଙ୍ଗାସିଲ୍ ଝୋଡ଼ିଆ ସାହି ରେ ତାଙ୍କ ବାନ୍ଧବୀ କେତନ ଝୋଡ଼ିଆ ଙ୍କ ଘରେ ବାପା ମା ଙ୍କୁ ଛାଡ଼ିଦେଇ ଗାଁ କୁ ଯାଇଥିଲେ। କେତନ ଙ୍କ କହିବା ଅନୁସାରେ ରାତିରେ ତାଙ୍କ ସ୍ତ୍ରୀ ଓ ମାଲୁ ଖାଇ ସାରି ଶୋଇ ପଡ଼ିଥିଲେ। ପରେ ହଟାତ୍ ତାଙ୍କର କଣ ହେଲା ପାହାନ୍ତିଆ ପ୍ରାୟ ୪ ଟା ହେବ ତାଙ୍କର ଶୋଇବା ସେଜରେ ହିଁ ମୃତ୍ୟୁ ଘଟିଥିଲା। ସେନେଇ ସ୍ତ୍ରୀ ବାନ୍ଧବୀ ପରିବାର କୁ ଜଣାଇ ବାରୁ ତାଙ୍କର ପୁଅ ଓ ଧଡଫାସ ଗ୍ରାମର ଲୋକଙ୍କୁ ମୃତ୍ୟୁ ଖବର ଦେବା ପରେ ଗାଁ ଲୋକ ଆସି ଡଙ୍ଗାସିଲ୍ ଆସି ମାଲୁ ଙ୍କ ଶବ ସତ୍କାର ପାଇଁ ନିଜ ଗାଁକୁ ନେଇ ଯାଇ ଥିଲେ। ମାଲୁ ଙ୍କର ୮ ସନ୍ତାନ ସନ୍ତତି ଥିବା ବେଳେ ୪ ପୁଅ ଓ ୪ ଝିଅ ବାପା ଙ୍କ ମୃତ୍ୟୁ ପରେ ଗୋଟିଏ ଘୋରେ ମା ସହିତ ଘାସୀରାଓ, ଚୁଆଇ, ଶ୍ରୀ ରାମ ଥିବା ବେଳେ ପରିବାର ବଝୋ କିଏ ସମ୍ଭାଳିବେ ତାହା ନେଇ ଏକ ବଡ ପ୍ରଶ୍ନ। ସୂଚନା ଥାଉ କି ମାଲୁ ଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ଦେଇ ନ ଥିବା ବେଳେ ତାଙ୍କ ପରିବାର ଓ ପୁଅମାନେ ପଞ୍ଚାୟତ ଅଫିସର୍ ଓ ଯୋଗାଣ ସହାୟକ ଙ୍କ ନାରେ ଗଣମାଧ୍ୟମ ପ୍ରତିନିଧି ଆଗରେ ଅଭିଯୋଗ କରିଛନ୍ତି ଓ ପ୍ରଶାସନ ଙ୍କ ସହାୟତା ଲୋଢିଛନ୍ତି। ପରିବାର ଙ୍କ ଅଭିଯୋଗ ପରେ ଡଙ୍ଗାସିଲ୍ ପଞ୍ଚାୟତ ଅଫିସ୍ କୁ ପ୍ରତିକ୍ରିୟା ପାଇଁ ଯିବାବେଳେ ଗେଟ୍ ବନ୍ଦ୍ ଥିବା ପରେ ଫୋନ୍ ଯୋଗେ ପଞ୍ଚାୟତ ଅଫିସର୍ ଙ୍କୁ ଯୋଗାଯୋଗ କରାଯାଇଥିଲେ ଫୋନ୍ ସ୍ୱିଚଅପ୍ ଥିଲା ଅପର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା କିଛି ଦୋଷ କରି ନଥିବା ଅଫିସର କାହିଁକି ଏହି ଖବରକୁ ଲୁଚାଇବା ପାଇଁ କୋଥା କୁ ଚାପି ଦେଇଛନ୍ତି ତାହା ଅଞ୍ଚଳ ରେ ଚର୍ଚ୍ଚା ହଉଛି। ଜିଲ୍ଲା ଓ ବ୍ଲକ ପ୍ରଶାସନ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ମୃତ ପରିବାର ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓ ସରକାର ସହାୟତା ପାଇଁ ବୁଦ୍ଧିଜୀବୀ ଓ ସମାଜସେବୀ ମହଲ ରେ ସାଧାରଣ ରେ ଦାବି ହଉଛି।
ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା
What's Your Reaction?






