ପହଲଗାଁ ନରସଂହାର ବିରୋଧରେ ହିନ୍ଦୁ ଏକତାମଂଚର ପ୍ରତିବାଦ ଶୋଭାଯାତ୍ରା

Apr 25, 2025 - 21:18
 0  17
ପହଲଗାଁ ନରସଂହାର ବିରୋଧରେ ହିନ୍ଦୁ ଏକତାମଂଚର ପ୍ରତିବାଦ ଶୋଭାଯାତ୍ରା

ନୂଆପଡା : ଜମ୍ମୁକାଶ୍ମୀର ର ପହଲଗାଁଓରେ ଆତଙ୍କବାଦୀ ମାନଙ୍କ ଦ୍ବାରା କରାଯାଇଥିବା ବର୍ବୋରଚିତ ନରସଂହାର ର ସମଗ୍ର ବିଶ୍ବ ନିନ୍ଦା କରୁଥିବା ବେଳେ ଆଜି ନୂଆପଡା ଜିଲ୍ଲା ସଦର ମହକୁମାରେ ହିନ୍ଦୁ ଏକତାମଂଚ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଏହି ଘଟଣାର ତୀବ୍ର ନିନ୍ଦା କରିଥିଲେ । ସହରର ଗାୟତ୍ରୀମନ୍ଦିର ଠାରୁ ଏହି ପ୍ରତିବାଦ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚିଥିଲା । ଏହି ଶୋଭାଯାତ୍ରାରେ ପୁର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା,ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରସନ୍ନ କୁମାର ପାଢୀ, କ୍ଷମାନିଧି ଦେବାଙ୍ଗନ, ଅଜିତ କୁମାର ଚଲାନ, ସୁଶାନ୍ତ କୁମାର ପତି, ଦୃଷ୍ଟି ମାଝୀ, ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ, ଗୋଲଡି ଅଗ୍ରଓ୍ବାଲ, ସଞ୍ଜୟ ତିଓ୍ବାରି, ଶଶିଭୁଷଣ ପାଣିଗ୍ରାହୀ, ହେମନ୍ତ ଦଣ୍ଡସେନା, ପ୍ରେମ ସାହୁ, ଓମପ୍ରକାଶ କଲାର, ମୁନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପହଲଗାଁଓ ପଶ୍ଚିମବଙ୍ଗ ର ମୁର୍ସିଦାବାଦ ରେ ହିନ୍ଦୁ ଙ୍କ ପ୍ରତି ହୋଇଥିବା ନରସଂହାର ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇ ଦୋସୀ ଙ୍କ ବିରୁଦ୍ଧରେ କଠୋର ରୁ ଅତି କଠୋର ମୁଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ