ନୂଆ କନେକ୍ସନ୍ ହେଲା, ଲାଇଟ୍ ଜଳିଲାନି: ୬-୭ ମାସ ହେଲା ଅନ୍ଧାରରେ ରାଇକିଆର ପୁଙ୍ଗାଇର୍ପି ଗ୍ରାମ

Sep 14, 2026 - 16:16
 0  11
ନୂଆ କନେକ୍ସନ୍ ହେଲା, ଲାଇଟ୍ ଜଳିଲାନି: ୬-୭ ମାସ ହେଲା ଅନ୍ଧାରରେ ରାଇକିଆର ପୁଙ୍ଗାଇର୍ପି ଗ୍ରାମ

​ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିତାଇର୍ପି ୱାର୍ଡର ପୁଙ୍ଗାଇର୍ପି ଗ୍ରାମରେ ସରକାରୀ ଯୋଜନାର ଏକ ହସ୍ୟାସ୍ପଦ ଚିତ୍ର ଦେଖିବାକୁ ମିଳିଛି। ଗ୍ରାମର ପ୍ରତ୍ୟେକ ବିଦ୍ୟୁତ୍ ଖୁଣ୍ଟରେ ନୂତନ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରାଯାଇଥିଲେ ହେଁ, ସଂଯୋଗ ହେବା ଦିନଠାରୁ ହିଁ ଲାଇଟ୍ ଜଳୁନାହିଁ। ଦୀର୍ଘ ୬ ରୁ ୭ ମାସ ବିତିଯାଇଥିଲେ ମଧ୍ୟ ନୂଆ ଲାଇଟ୍‌ଗୁଡ଼ିକ କେବଳ ଖୁଣ୍ଟରେ ନାମକୁ ମାତ୍ର ଶୋଭା ପାଉଛି। ​ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁରେ ନୂତନ ବିଦ୍ୟୁତ୍ ସଂଯୋଗ ସହ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବା ପରେ ଲୋକେ ଭାବିଥିଲେ ଯେ ସନ୍ଧ୍ୟା ହେଲେ ଗାଁ ରାସ୍ତା ଆଲୋକିତ ହେବ। ମାତ୍ର କାମ ଶେଷ ହେବା ଦିନଠାରୁ ଗୋଟିଏ ହେଲେ ବି ଲାଇଟ୍ ଜଳିନଥିବାରୁ ସମ୍ପୂର୍ଣ୍ଣ ଗ୍ରାମ ଅନ୍ଧାରରେ ବୁଡ଼ି ରହୁଛି। ପାହାଡ଼ିଆ ଓ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟା ପରେ ବିଷାକ୍ତ ସାପ, କୀଟପତଙ୍ଗ ଏବଂ ଜଙ୍ଗଲୀ ଜନ୍ତୁଙ୍କ ଭୟରେ ଗ୍ରାମର ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ମହିଳାମାନେ ଘରୁ ବାହାରିବାକୁ ଡରୁଛନ୍ତି। ​ଏହି ସମସ୍ୟା ସମ୍ପର୍କରେ ପୁଙ୍ଗାଇର୍ପି ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନୂଆ କନେକ୍ସନ୍ ଦେଇ କାମ ସାରିଦେବା ଏବଂ ତାହା ଜଳୁଛି କି ନାହିଁ ତାହାର ତଦାରଖ ନକରିବା ପ୍ରଶାସନ ଓ ଠିକାଦାରଙ୍କ ଉଦାସୀନତାକୁ ସ୍ପଷ୍ଟ କରୁଛି। ​ତୁରନ୍ତ ଏହି ନୂତନ ସଂଯୋଗ ହୋଇଥିବା ଷ୍ଟ୍ରିଟ୍ ଲାଇଟ୍‌ଗୁଡ଼ିକୁ ଚାଲୁ କରି ଗ୍ରାମକୁ ଆଲୋକିତ କରିବାକୁ ପୁଙ୍ଗାଇର୍ପି ଗ୍ରାମବାସୀ ଦାବି କରିଛନ୍ତି। ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ରୋନାଲ ଦିଗଲ ଙ୍କ ରିପୋର୍ଟ first news ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ