।। ନୂଆପଡା ରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ।।

Oct 8, 2024 - 20:56
 0  10
।। ନୂଆପଡା ରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ।।

ନୂଆପଡା, ତା 08.10.24 ଆଜି ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଳା ସମାଜ କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଭିମସେନ ଶବର, ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର, ଡିସିପିଓ ଆନ୍ତର୍ଯ୍ୟାମୀ ବଳିୟାରସିଂହ, ଜିଲ୍ଳା କୋର୍ଡିନେଟର ପୋଷଣ, ଶିଶୁ ମଙ୍ଗଳ ସମିତି ସଦସ୍ୟ ଅହଲ୍ୟା ପୁଝାରି, ନାରାୟଣ ଯୋଶୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଉପସ୍ଥିତ ବାଳିକା ମାନଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ଶବର ସେମାନଙ୍କୁ ଶିକ୍ଷା ର ମହତ୍ୱ ସମ୍ବନ୍ଧରେ ବୁଝାଇଥିଲେ l ସଫଳତା ପଛରେ ନଧାଇଁ ଉତ୍ତମ ପ୍ରଦର୍ଶନ ପ୍ରତି ଲକ୍ଷ୍ୟ ରଖିଲେ ସଫଳତା ଆପେ ଆସିବ ଏବଂ ସବୁଝିଅ ସମାଜରେ ସଶକ୍ତ ହୋଇପାରିବେ ବୋଲି କହିଥିଲେ l ଜିଲ୍ଲାପାଳ ବାଳିକା ମାନଙ୍କୁ ଉଦବୋଧନ ଦେଇ କହିଲେ ବର୍ତମାନ ସମୟ ଝିଅ ମାନଙ୍କର l ଏବେ ପୁଅ ଝିଅ ମାନଙ୍କ ମଧ୍ୟରେ କୌଣସି କ୍ଷେତ୍ରରେ ବ୍ୟବଧାନ ବା ପାତର ଅନ୍ତର ନାହିଁ l ଜୀବନର ପ୍ରତ୍ୟେକ କ୍ଷେତ୍ର ଏବଂ ବିଭାଗରେ ସେମାନେ ଏବେ ନିଜର ଆଧିପତ୍ୟ ପ୍ରଦର୍ଶନ କରି ପାରିଛନ୍ତି l ଝିଅମାନେ ଉଚ୍ଚ ଶିକ୍ଷିତ ହେଲେ ଯାଇ ସମାଜରେ ପ୍ରକୃତ ପରିବର୍ତ୍ତନ ଆସିପାରିବ l ସମସ୍ତ ଅତିଥି ବାଳିକା ମାନଙ୍କ ପାଇଁ ଉତ୍ତମ ଶିକ୍ଷା ଓ ପାରିବାରିକ ତଥା ସରକାରଙ୍କ ତରଫରୁ ବିଶେଷ ସାହାଯ୍ୟ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରି ସେମାନଙ୍କ ମଙ୍ଗଳ କାମନା କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା l ସାଲେଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ଶବର ଙ୍କ ନିର୍ଦେଶନାରେ ବେଟି ବଚାଓ ବେଟି ପଢ଼ାଓ ଉପରେ ସୁନ୍ଦର ଗୀତି ନାଟିକା ପ୍ରଦର୍ଶନ କରିଥିଲେ l ସମାରୋହରେ ଶହ ଶହ ସଂଖ୍ୟାରେ ଛାତ୍ରୀ,ଅଙ୍ଗନ ବାଡ଼ି କର୍ମୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ଶିକ୍ଷକ ଶଙ୍କର୍ଷଣ ପୁରୋହିତ ସଂଯୋଜନା କରିଥିଲେ l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ