।। ଧର୍ମ ପରିବର୍ତ୍ତନ ଯୋଗୁଁ ଶବ କୁ ମିଳିଲାନି ଶ୍ମସାନ, ଘରେ ପଡି ରହିଥିଲା ଶବ ।।

Oct 29, 2024 - 21:39
 0  137
।। ଧର୍ମ ପରିବର୍ତ୍ତନ ଯୋଗୁଁ ଶବ କୁ ମିଳିଲାନି ଶ୍ମସାନ, ଘରେ ପଡି ରହିଥିଲା ଶବ ।।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମା ଠାରେ ଧର୍ମ ପରିବର୍ତ୍ତନ ଯୋଗୁଁ ଡମୁ ଯାନୀଙ୍କ ମୃତ୍ୟୁ ପରେ ଶ୍ମସାନ ମିଳୁନଥିବା ଦେଖିବାକୁ ମିଳିଛି ! ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଶବ ସତ୍କାର ନ ହୋଇ ଘରେ ପଡିରହିଥିଲା ! ସୂଚନା ଅନୁଯାୟୀ ପଣ୍ଡିକୋଟ ଗ୍ରାମର ଡମୁ ଯାନୀ ଗତ ଦୁଇ ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଅଵଲମ୍ବନ କରିଥିଲେ ! ଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଲୋକଙ୍କ ଶବ ସତ୍କାର କରିବା ପାଇଁ କୌଣସି ସ୍ଥାନ ନାହିଁ ! ସୋମବାର ସକାଳ ୫ ଘଣ୍ଟା ସମୟରେ ଡମୁ ଯାନୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ! ଏହା ପରେ ଗ୍ରାମରେ ଚର୍ଚ୍ଚା ର ବିଷୟ ପାଲିଟିଥିଲା ଶବ ସତ୍କାର କେମିତି ହେବ ? ଏନେଇ ଡମୁ ଯାନୀର ପରିବାର ଗ୍ରାମବାସୀ ଙ୍କୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଗ୍ରାମବାସୀ ଶବ ସତ୍କାର କରିବା ପାଇଁ ବିରୋଧ କରିଥିଲେ ! ଏନେଇ ପ୍ରଶାସନ ଖବର ପାଇବା ପରେ ଅତରିକ୍ତ ତହସିଲଦାର ସସ୍ମିତା ଜେନା,ଏସଡିପିଓ ମିନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା,ରାଜସ୍ୱ ନିରୀକ୍ଷକ ଅର୍ଜୁନ ମାଝୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ କୁ ବୁଝେଇଥିଲେ କିନ୍ତୁ ହିନ୍ଦୁ ମାନଙ୍କ ଶ୍ମସାନ ରେ ଶବ ସତ୍କାର ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ବିରୋଧ କରିଥିଲେ ! ଏହା ପରେ ଅତରିକ୍ତ ତହସିଲଦାର ଶବ ସତ୍କାର ନିମନ୍ତେ ଜାଗା ଚିହ୍ନଟ କରିବା ପାଇଁ ରାଜସ୍ୱ ନିରୀକ୍ଷକ ଙ୍କୁ ନିର୍ଦ୍ଦେଶ କରିଥିଲେ କିନ୍ତୁ ସେହି ଅଞ୍ଚଳରେ ରାଜସ୍ୱ ବିଭାଗର ଜାଗା ନଥିବା ଯୋଗୁ ଜାଗା ନିରୂପଣ ହୋଇପାରିନଥିଲା ! ଜାଗା ଚିନ୍ହଟ ହେବା ପରେ ଶବ ସତ୍କାର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ