।। ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ: ଚାଲାଣ କାରୀ ଫେରାର ।।

Mar 8, 2024 - 19:58
 0  13
।। ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ: ଚାଲାଣ କାରୀ ଫେରାର ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୧୩୧ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଛି, କିନ୍ତୁ ଘଟଣା ସ୍ଥଳରୁ ଗଞ୍ଜେଇ ଛାଡି ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନିର୍ଦେଶରେ ଏସ ଆଇ ଏସ. ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲିଗୁଡା ଥାନା ଅଧିନସ୍ତ ସିନ୍ଦ୍ରିଗାଁ ଜଙ୍ଗଲରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ମାଫିଆ ମାନେ ଗଞ୍ଜେଇକୁ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ ବାଲିଗୁଡା ଥାନାରେ କେଶ ନଂ.୫୮/୨୦୨୪ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ