ଗୋରୁ କୁ ବଞ୍ଚେଇବା କୁ ଯାଇ ଯାତ୍ରୀବାହୀ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ : ଗୋରୁର ମୃତ୍ୟୁ : ୧୦ରୁ ଉର୍ଧ୍ଵ ଆହତ

Sep 1, 2024 - 18:04
 0  6
ଗୋରୁ କୁ ବଞ୍ଚେଇବା କୁ ଯାଇ ଯାତ୍ରୀବାହୀ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ : ଗୋରୁର ମୃତ୍ୟୁ : ୧୦ରୁ ଉର୍ଧ୍ଵ ଆହତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ମାଳତୀ ବସ ନମ୍ବର OR-12-C- 2142 ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା I ଗାଇ ଷଣ୍ଢ ଲଢେଇ ହୋଇ ଦୁଇ ଗୋଟି ଗୋରୁ ହଠାତ ରାସ୍ତା ଉପରକୁ ଉଠିଆସିଥିଲେ I ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇବାକୁ ଯାଇ ବସଟି ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି I ଦୁର୍ଘଟଣାରେ ଗୋଟିଏ ଗାଇ ର ମୃତ୍ୟୁ ହୋଇଛି I ପ୍ରାୟ ୧୦ରୁ ଉର୍ଧ୍ଵ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି I ଆହତ ବ୍ୟକ୍ତି ଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରା ଯାଉଛି I ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି I ଘଟଣା ସ୍ଥଳରେ ଜି. ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ, ଏବଂ ଓଡିଶା ମୋଟର ଚାଳକ ସଂଘ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖି ପୋଲିସ ଦୁର୍ଘଟଣା ବିଷୟରେ ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି I

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ