ଖରିଫ ୨୦୨୫-୨୬ ବର୍ଷ ପାଇଁ ଜିଲ୍ଲାରେ ଆଜିଠୁ ଧାନ ମଣ୍ଡି ଶୁଭାରମ୍ଭ

Dec 17, 2025 - 20:35
 0  49
ଖରିଫ ୨୦୨୫-୨୬ ବର୍ଷ ପାଇଁ   ଜିଲ୍ଲାରେ ଆଜିଠୁ ଧାନ ମଣ୍ଡି ଶୁଭାରମ୍ଭ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୭.୧୨.୨୦୨୫ ରିଖ: ନିୟନ୍ତ୍ରିତ ବଜାର କମିଟି,ନବରଙ୍ଗପୁର ଦ୍ଵାରା ଆୟୋଜିତ ଧାନ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜିଠାରୁ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହଣ ବ୍ୟବସ୍ଥାର ଶୁଭାରମ୍ଭ କଲେ ! ମଞ୍ଚରେ ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଧାୟକ ଡାବୁଗାଁ ମନୋହର ରନ୍ଧାରି,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ! ପ୍ରଥମେ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଜିଲ୍ଲାରେ ପ୍ରଶାସନ ତରଫରୁ ଧାନ ସଂଗ୍ରହଣ ବ୍ୟବସ୍ଥା ଉପରେ ତଥ୍ୟ ଉପସ୍ଥାପନ ପୂର୍ବକ ସମସ୍ତଙ୍କୁ ସ୍ବାଗତ କରିଥିଲେ ! ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ କୃଷକ ସମୃଦ୍ଧି ଯୋଜନା,ଚାଷୀ ଙ୍କୁ ଧାନ ମୂଲ୍ୟ ସହ ପ୍ରୋତ୍ସାହନ ରାଶି ପ୍ରଦାନ,ଚାଷୀଙ୍କୁ ସରକାରଙ୍କ ପ୍ରାଥମିକତା ଉପରେ ବିଶେଷ ମତ ରଖି ଏହି ଧାନ ସଂଗ୍ରହଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଲେ ! ଡାବୁଗାଁ ବିଧାୟକ ମନୋହର ରନ୍ଧାରି ନିଜ ବକ୍ତବ୍ୟରେ ଅଭାବ ବିକ୍ରି କୁ ରୋକିବା ଏବଂ ଚାଷୀ ଙ୍କୁ ମଣ୍ଡି ରେ ସମସ୍ତ ସୁବିଧା ଦେବାକୁ ଗୁରୁତ୍ବ ଦେଲେ ! ଜିଲ୍ଲାପାଳ ଡ଼ ସ୍ୱାଇଁ ନିଜ ବକ୍ତବ୍ୟରେ ଧାନମଣ୍ଡି ରେ ଚାଷୀ ମାନଙ୍କ ପାଇଁ ସୁବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା ସହ ଏହି ଧାନ ସଂଗ୍ରହଣ କାର୍ଯ୍ୟକୁ ସମାପନ ପାଇଁ ଗୁରୁତ୍ୱ ଦେଲେ ଓ ସଂପୃକ୍ତ ଅଧିକାରୀ ଠିକ୍ ରୂପେ ଦାୟିତ୍ଵ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ ! ୨୦୨୫-୨୬ ଖରିଫ ଋତୁ ସକାଶେ ଚାଷୀମାନେ ନିଜର ଉଦ୍ପାଦିତ ଧାନକୁ ୫୮ ଟି ଧାନ ସଂଗ୍ରହଣ କେନ୍ଦ୍ରରେ ବିକ୍ରୟ କରିପାରିବେ ! ମୋଟ ୫୨ ଟି ଧାନ କ୍ରୟ ଏଜେନ୍ସୀ ରୁ ୧୩ ଗୋଟି ଲ୍ୟାମ୍ପସ,୨ ଟି ପାଣି ପଞ୍ଚାୟତ ଓ ୩୭ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସପ୍ତାହର ବିଭିନ୍ନ ବାରରେ ସଂଲଗ୍ନ କରାଯାଇଥିବା ମଣ୍ଡିରେ ଚାଷୀ ଙ୍କ ଠାରୁ ଧାନ କ୍ରୟ କରିବେ ! ଚଳିତ ବର୍ଷ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ସାଧାରଣ ଏଫ୍ ଏ କ୍ୟୁ ମାନ ର ଧାନ ମୂଲ୍ୟ ୨୩୬୯ ଟଙ୍କା ଏବଂ '' କ " ଶ୍ରେଣୀର ଏଫ୍ ଏ କ୍ୟୁୁ ମାନ ର ଧାନ ମୂଲ୍ୟ ୨୩୮୯ ଟଙ୍କା ସହ ପ୍ରୋତ୍ସାହନ ରାଶି ୭୩୧ ଟଙ୍କା ଦେବାକୁ ସରକାର ସ୍ଥିର କରିଛନ୍ତି ! ପ୍ରତ୍ୟେକ ମଣ୍ଡିରେ ପାନୀୟଜଳ,ଆଲୋକ,ଶୌଚାଳୟ,ଓଜନ ମେସିନ, ଟାରପୋଲିନ,ପ୍ରାଥମିକ ଚିକିତ୍ସା କିଟ୍,ଟେବୁଲ ଓ ଚୌକି, ପଲିଥିନ ଇତ୍ୟାଦିର ସୁବ୍ୟବସ୍ଥା କରାଯାଇଛି ! ଚଳିତ ବର୍ଷ ୫୦୯୧୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି !ସେଭଳି ଚଳିତ ବର୍ଷ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ୧୪,୮୮,୦୦୦ କ୍ଵିଣ୍ଟାଲ ଧାନ ସଂଗ୍ରହଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ! ଏହି କାର୍ଯ୍ୟକ୍ରମରେ ସି ଏସ ଓ ଦେବାଶିଷ ମହାନ୍ତି,ଡି ଆର୍ ସି ଏସ ସଦାନନ୍ଦ ବେହେରା, ସି ଡି ଏ ଓ ସୁଧୀର ରଞ୍ଜନ ବେହେରା, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ସୁନିଲ ଖରା,ଡି ଏସ ଡବ୍ଲ୍ୟୁ ଓ ଦ୍ରପୌଦୀ କହଁର,ସମାଜସେବୀ କୁଞ୍ଜ ବିହାରୀ ଦାସ, କାହ୍ନୁ ଚରଣ ଦାସ,ଚାଷୀ ନେତା ଝାଡେଶ୍ୱର୍ ଖାଡାଙ୍ଗା,ଅଗ୍ରଣୀ ଚାଷୀ ସରୋଜ ପାତ୍ର,ଅଗ୍ରଣୀ ଚାଷୀ ରାଜେନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ ! ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କପିଳେନ୍ଦ୍ର ସାସମଲ ସଭା ପରିଚାଳନା କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ