କିଆପଦର କସ୍ତୁରବା ବିଦ୍ୟାଳୟରେ ଅବ୍ୟବସ୍ଥା, ଅସନ୍ତୁଷ୍ଟ ଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବା କୁ ଘଞ୍ଚ ଜଙ୍ଗଲ ରାସ୍ତା ମଝିରେ

Oct 1, 2024 - 17:05
 0  246
କିଆପଦର କସ୍ତୁରବା ବିଦ୍ୟାଳୟରେ ଅବ୍ୟବସ୍ଥା, ଅସନ୍ତୁଷ୍ଟ ଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବା କୁ ଘଞ୍ଚ ଜଙ୍ଗଲ ରାସ୍ତା ମଝିରେ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କିଆପଦର ଠାରେ ଅବସ୍ଥିତ କସ୍ତୁରବା ଗାନ୍ଧି ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଏକଛତ୍ରବାଦ ଓ ମନୋମୂଖୀ କାର୍ଯ୍ୟରେ ଅସନ୍ତୁଷ୍ଠ ଛାତ୍ରୀମାନେ ଏବେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। କିଆପଦର ଗ୍ରାମରୁ ପ୍ରାୟ ଆଠ କିଲୋମିଟର ରାସ୍ତା ଅତିକ୍ରମ କରି ଭବାନୀପାଟଣା ସହର ଅଭିମୁଖେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ରାସ୍ତା ତମାମ ଶିକ୍ଷକ ଓ ଉପରିସ୍ଥ ବିଭାଗୀୟ ଅଧିକାରୀ ତାଙ୍କୁ ଜିଲ୍ଲାପାଳଙ୍କ ନିକଟକୁ ନ ଯିବା ପାଇଁ କାକୁତି ମିନତି ହେଉଥିବା ଦେଖିବାକୁ ନଜରକୁ ଆସିଛି। ଛାତ୍ରୀମାନେ ବିଦ୍ୟାଳୟରେ ପେଟପୁରା ଖାଇବାକୁ ଅଭାବ,ଫାଳେ କଦଳୀ,ଅଧା ପାକେଟ ବିସ୍କୁଟ ଦେଉଥିବା ଅଭିଯୋଗ କରିଥିଲେ। ସେହିପରି ପ୍ରଧାନଶିକ୍ଷକ,ପିଇଟି ଶିକ୍ଷକ ଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଛନ୍ତି।‌ ଛାତ୍ରୀ ମାନଙ୍କୁ ତାଙ୍କର ପ୍ରସାଧନ ସାମଗ୍ରୀ ଦିଆ ଯାଉ ନ ଥିବା, ଯେକୌଣସି ଅସୁସ୍ଥତା ସମୟରେ କେବଳ ପାରାସିଟାମଲ୍ ଔଷଧ ଦେବା ସହିତ, ଅଭିଭାବକମାନେ ଦେଖା କରିବାକୁ ଆସିଲେ ବାରଣ କରିବା ତଥା ପରୀକ୍ଷାରେ ଫେଲ୍ କରି ଦେବାକୁ ଧମକ ଦେବା ସହିତ କୌଣସି ଅଭିଯୋଗ କଲେ ବ୍ୟକ୍ତିଗତ ଭାବେ ଡାକି ଧମକ ଦେଉଥିବା ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି। ରାସ୍ତାଯାକ ଅସନ୍ତୁଷ୍ଠ ଛାତ୍ରୀ ମାନଙ୍କୁ ବୁଝାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ ସୁଦ୍ଧା ଛାତ୍ରୀମାନେ ନିଜ ଜିଦ୍ ରେ ଅଟଳ ଥିଲେ। ସୁରଭି କାର୍ଯ୍ୟକ୍ରମରେ ତାଙ୍କୁ ନ ଜଣାଇବା ଏହିପରି ବିଭିନ୍ନ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗକୁ ଜିଲ୍ଲା ଅତିରିକ୍ତ ଶିକ୍ଷା ନିରୀକ୍ଷକ ଶୁଣିଲା ପରେ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିବାକୁ ପ୍ରତିଶୃତି ଦେଇଥିଲେ। ତଥାପି ଛାତ୍ରୀମାନେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର କନ୍ୟା ସନ୍ତାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଓ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାକୁ "ବେଟୀ ପଢାଓ ବେଟୀ ବଚାଓ" ଭଳି ସ୍ଲୋଗାନ ଦେଉଥିବା ବେଳେ ସେମାନଙ୍କ ଶିକ୍ଷାର ଉନ୍ନତି ପାଇଁ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏଭଳି ବେପରୁଆ ଓ ଏକଛତ୍ରବାଦ ମନୋଭାବ ଯୋଗୁଁ ସେମାନଙ୍କ ମନରେ ନୈରାଶ୍ୟ ଭାବ ଦେଖା ଯାଉଛି ବୋଲି କୁହାଯାଇପାରେ ।

କଳାହାଣ୍ଡି ଜିଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ