।। ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ।।

Oct 23, 2024 - 12:57
 0  85
।। ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ।।

ବରୀ ୨୨,୧୦(ସ୍ୱାଧିକାର ନ୍ୟୁଜ) ଭାରତ ସରକାର ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଆୟଷ୍ମାନ ଆରୋଗ୍ୟ ଶିବିର ଆଜି ସାହାସପୁର ପଞ୍ଚାୟତ ରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯକ୍ରମ ଜରିଆରେ ଆଜି ସାହାସପୁର ରେ ଥିବା ଆରୋଗ୍ୟ ମନ୍ଦିର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିର ରେ ପାଖା ପାକ୍ଷୀ ପଞ୍ଚାୟତ ରୁ ଶତାଧିକ ସଂଖ୍ୟକ ରୋଗୀ ମାନଙ୍କୁ ଡ଼ାକ୍ତର ଙ୍କ ପରାମର୍ଶରେ ମାଗଣାରେ ରକ୍ତ ପରୀକ୍ଷା କରାଯାଇଥିଲା। ଏହା ସହିତ ମାଗଣା ରେ ଔଷଧ ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ରେ ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ସଞ୍ଜୟ କୁମାର ଦାସ ରୋଗୀ ମାନଙ୍କ ଚିକିତ୍ସା କରିଥିଲେ। କେନ୍ଦ୍ରର ସିଏଚଓ ପ୍ରୀତିବାଳା ଜେନା , ଏଏନଏମ କଳ୍ପନା ମାନସୀ ଙ୍କ ସହ ପଂଚାୟତର ସମସ୍ତ ଆଶା ଉପସ୍ଥିତ ରହି ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ