।। ଅଟ ରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ମାଫିଆ ଫେରାର ।।

Sep 27, 2024 - 19:56
 0  9
।। ଅଟ ରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ମାଫିଆ ଫେରାର ।।

ଅଭିନଵ ଉପାୟରେ ଗଞ୍ଜେଇ ଚୋରା ଚାଲାଣ l ଅଟ ରେ ସିକ୍ରେଟ ଚାମ୍ବର ତିଆରି କରି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ l ବିଶେଷ ସୂତ୍ର ରୁ ଖବର ପାଇ କୋରାପୁଟ SP ଙ୍କ ନିର୍ଦେଶ କ୍ରମେ ନନ୍ଦପୁର sdpo ଏକ ସ୍ୱତନ୍ତ୍ର ଟିମ ଗଠନ କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲମତାପୁଟ ଏବଂ ନନ୍ଦପୁର ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ l ଆନ୍ଧ୍ର ନମ୍ବର ର ଏକ ଅଟ ଟି ଦ୍ରୁତ ଗତିରେ ଆସି ନାକା ବନ୍ଦୀ ଚାଲିଥିବା ଦେଖି ଗାଡି ଛାଡି ଚମ୍ପଟ ମାରିଥିଲା l ପୋଲିସ ଗାଡିକୁ ଯାଞ୍ଚ କରିବାରୁ କିଛି ପାଇ ନଥିଲା l ଥାନା ପରିସର କୁ ନେଇ ତନ ତନ କରି ଯାଞ୍ଚ କରିବାରୁ ଅଟ ର ଉପର ଭାଗ ରେ ସ୍ୱତନ୍ତ୍ର ଚାମ୍ବର ଗଞ୍ଜେଇ ରହିଥିବା ଦେଖିଥିଲେ l ଗାଡ଼ି ରୁ ୯୦ କେଜି ଗଞ୍ଜେଇ ବାହାରିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି SDPO ସମ୍ବିତ କୁମାର ମାଝୀ ସୂଚନା ଦେଇଛନ୍ତି l ଗାଡି ନମ୍ବର କୁ ଆଧାର କରି ମାଲିକ ନାମରେ NDPS ମାମଲା ରୁଜୁ କରି ଏହିଗଂଜେଇ କେଉଁ ଆଡୁ ଆସି କାହା ପାଖକୁ ଯାଉଥିଲା ପୋଲିସ ତଦନ୍ତ ଜାରି ରଖିଛି ।

 ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ