ଲଚନା, ଚିତ୍ରାଙ୍କନରେ ହାସଲ କଲେ ତୃତୀୟ ସ୍ଥାନ:ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Nov 19, 2026 - 18:48
 0  1
ଲଚନା, ଚିତ୍ରାଙ୍କନରେ ହାସଲ କଲେ ତୃତୀୟ ସ୍ଥାନ:ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର: ୧୮/୧୧ ବୁଧବାର ଦିନ ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ର ଲଚନା ମାଝୀ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଅଟେ ସେ ନିଜର ଅନ୍ତର୍ନିହିତ ପ୍ରତିଭା, କଳାନୈପୁଣ୍ୟ ଓ ଅଦମ୍ୟ ଉତ୍ସାହ ବଳରେ ରାଜ୍ୟସ୍ତରରେ ସଫଳତା ହାସଲ କରି ଥୁଆମୂଳ ରାମପୁର ବ୍ଲକ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଲଚନା ମାଝୀ। ଥୁଆମୂଳ ରାମପୁର ପଞ୍ଚାୟତ ଅନ୍ତର୍ଗତ ମର୍ଦିଗୁଡ଼ା ଗ୍ରାମର ବାସିନ୍ଦା ବୁଡ଼ା ମାଝୀଙ୍କ ଝିଅ ଲଚନା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-୨୦୨୬'ର ଚିତ୍ରାଙ୍କନ (ବରିଷ୍ଠ) ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ, ପରିବାର ତଥା ସମଗ୍ର ଅଞ୍ଚଳକୁ ଗର୍ବିତ କରିଛନ୍ତି। ଗତ ନଭେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-୨୦୨୬' ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଭାବାନ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କଳା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଏହି ପ୍ରତିଯୋଗିତାରେ ଲଚନା ମାଝୀ ନିଜର ଉଚ୍ଚକୋଟୀର ଚିତ୍ରକଳା ପ୍ରଦର୍ଶନ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ଏହା ପୂର୍ବରୁ ଗତ ନଭେମ୍ବର ୯ ତାରିଖରେ ଭବାନୀପାଟଣାସ୍ଥିତ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜିଲ୍ଲାସ୍ତରୀୟ 'ସୁରଭି' ପ୍ରତିଯୋଗିତାରେ ମଧ୍ୟ ଲଚନା ଚିତ୍ରାଙ୍କନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ତାଙ୍କର ଏହି ସଫଳତା ତାଙ୍କ ନିଷ୍ଠା, ପରିଶ୍ରମ ଓ ଚିତ୍ରକଳା ପ୍ରତି ଥିବା ଗଭୀର ଆଗ୍ରହର ପରିଚୟ ଦେଇଛି।

ଲଚନାଙ୍କ ଏହି ଗୌରବମୟ ସଫଳତା ପରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହପାଠୀମାନେ ତାଙ୍କର ଏହି ଉପଲବ୍ଧିକୁ ନେଇ ଆନନ୍ଦ ପ୍ରକାଶ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଲଚନାଙ୍କ ଏହି ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଏହା ଥୁଆମୂଳ ରାମପୁର ବ୍ଲକ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗ୍ରାମାଞ୍ଚଳରେ ମଧ୍ୟ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଛି, ଯାହାକୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ ରାଜ୍ୟ ତଥା ଜାତୀୟସ୍ତରରେ ପରିଚୟ ମିଳିପାରିବ ବୋଲି ଲଚନାଙ୍କ ଏହି ସଫଳତା ପ୍ରମାଣିତ କରିଛି। ତାଙ୍କର ଏହି ଉପଲବ୍ଧି ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।

ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଲା ପ୍ରତିନିଧି ମିଥୁଲା ନାଏକ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ