।। ମୟୂରଭଞ୍ଜରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ୨୦୨୪ ଶୁଭ ଉନ୍ମୋଚନ ।।

Oct 18, 2024 - 19:25
 0  4
।। ମୟୂରଭଞ୍ଜରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ୨୦୨୪ ଶୁଭ ଉନ୍ମୋଚନ ।।

ବାରିପଦା : ତା ୧୮.୧୦.୨୦୨୪ରିଖ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ନେଇ ସପ୍ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଭାରତୀ ହାଁସଦାଙ୍କ ସଭାପତିତ୍ଵରେ ଉକ୍ତ ବୈଠକ ଆୟୋଜନ କରଯାଇଥିଲା । ଶ୍ରୀଯୁକ୍ତ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ ଓ ସାର୍ବଜନୀନ ଉଦ୍ୟୋଗ, ଓଡିଶା, ଶ୍ରୀଯୁକ୍ତ ନବ ଚରଣ ମାଝୀ, ମାନ୍ୟବର ସାଂସଦ ଲୋକସଭା, ମୟୂରଭଞ୍ଜ, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ସାଂସଦ ଲୋକସଭା, ବାଲେଶ୍ଵର, ସୁଶ୍ରୀ ଅଞ୍ଜଳି ମୁର୍ମୁ, ମାନ୍ୟବର ବିଧାୟିକା, ବାଙ୍ଗିରିପୋଷି, ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବାରିପଦା, ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ବିଧାୟକ, ବଡସାହି, ଶ୍ରୀଯୁକ୍ତ ଭାସ୍କର ମଢେଇ, ମାନ୍ୟବର ବିଧାୟକ, ଉଦଳା, ଶ୍ରୀଯୁକ୍ତ ପଦ୍ମଚରଣ ହାଇବୁରୁ, ମାନ୍ୟବର ବିଧାୟକ, କରଞ୍ଜିଆ, ଶ୍ରୀଯୁକ୍ତ ଭାଦବ ହାଁସଦା, ମାନ୍ୟବର ବିଧାୟକ, ସାରସକଣା, ଶ୍ରୀଯୁକ୍ତ ହେମକାନ୍ତ ସୟ, ଜିଲ୍ଲାପାଳ, ମୟୂରଭଞ୍ଜ ଓ ରଜନୀକାନ୍ତ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୟୂରଭଞ୍ଜ ଉପସ୍ଥିତ ଥିଲେ । ଜିଲ୍ଲାପାଳ ବୈଠକର ଆଭିମୁଖ୍ୟ ଆଲୋକପାତ କରିବା ସହିତ ରାଜ୍ୟ ସରକାରଙ୍କର ତରଫରୁ ଶିକ୍ଷା ବିଭାଗର ନିପୁଣ ଓଡିଶା ମିଶନର ଆଭିମୁଖ୍ୟ ଆଲୋକପାତ କରିଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନାମାନ ଆଲୋଚନା କରିବା ସହିତ ଶିକ୍ଷା ବିଭାଗର ଏହି ମିଶନ ତରଫରୁ ହେବାକୁ ଥିବା ନିପୁଣ ଓଡିଶା ମିଶନ ବିଷୟରେ ସମସ୍ତଙ୍କୁ ଦୃଷ୍ଟି ଗୋଚର କରିଥିଲେ । ପରେ ସଭାପତି ମହୋଦୟା ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନିପୁଣ ଓଡିଶାର ମୁଖ୍ୟ ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ବିଷୟରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିପୁଣ ଓଡିଶାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ କହିଥିଲେ ଯେ ନିପୁଣ ଅର୍ଥ – (National Initiative for Proficiency in Reading with Understanding & Numeracy) ପିଲାଙ୍କ ବୋଧଜ୍ଞାନ ସହିତ ପଢିବା ଏବଂ ସଂଖ୍ୟା ଜ୍ଞାନ ହାସଲ ନିମନ୍ତେ ଜାତୀୟ ପଦକ୍ଷେପ । ଏହା ଏକ ଜାତୀୟ ମିଶନ ଯାହା ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ୫ ଜୁଲାଇ ୨୦୨୧ରେ ଆରମ୍ଭ ଏବଂ ଓଡିଶାରେ ପବିତ୍ର ଗୁରୁଦିବସ ଦିନ ରାଜ୍ୟସ୍ତରରେ ୫ ସେପ୍ଟେମ୍ବର ୨୦୨୪ରେ ନିପୁଣ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା, ଯାହାର ଉଦ୍ଦେଶ୍ୟ ପ୍ରତ୍ୟେକ ପିଲା (ପ୍ରଥମ ରୁ ତୃତୀୟ ଶ୍ରେଣୀ) ୨୦୨୬-୨୭ ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବେ । ଅର୍ଥାତ ବୟସ ଅନୁସାରେ ପିଲାମାନେ ସହଜରେ ପଢିବେ (ପଢି କରି ବୁଝିବେ), ଲେଖିବେ, ଗଣିତ କରିବେ ଓ ଦୈନନ୍ଦିନ ଜୀବନ ସମସ୍ୟାରେ ସମାଧାନ କରିବେ । ପରେ ପରେ ସମସ୍ତ ଅତିଥିବୃନ୍ଦ ଓ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାଙ୍କ ଦ୍ଵାରା ନିପୁଣ ଓଡିଶାର ଲୋଗୋ, ବୁକଲେଟ ସଙ୍ଗୀତ ଉନ୍ମୋଚନ କରିଥିଲେ ଓ ଏହି କାର୍ଯ୍ୟକ୍ରମଟିକୁ ବ୍ଲକସ୍ତରରେ ଚଳିତ ମାସରେ ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

 ଗୌର ଦାସଗିରି-ବାରିପଦା,ମୟୂରଭଞ୍ଜ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ