ମଣ୍ଡେଇ ମଞ୍ଚରେ ଦେଖାଯିବ ନୂଆ ମୁହଁ

Nov 9, 2024 - 15:27
 0  106
ମଣ୍ଡେଇ ମଞ୍ଚରେ ଦେଖାଯିବ ନୂଆ ମୁହଁ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୮,୧୧,୨୦୨୪ ରିଖ ମଣ୍ଡେଇ ମହୋତ୍ସବ ପାଳନ ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ! ଏହି ଅବସରରେ ମଣ୍ଡେଇ ମଞ୍ଚରେ ନୂତନ ପ୍ରତିଭାକୁ ସୁଯୋଗ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି ! ଏହି ପରିପ୍ରେକ୍ଷୀରେ ମଣ୍ଡେଇ ମଞ୍ଚସଞ୍ଚାଳନ ପାଇଁ ନୂତନ ଉଦଘୋଷକ ଏବଂ ଉଦଘୋଷିକା ଚୟନ ନିମନ୍ତେ ଆସନ୍ତା ୧୮ ତାରିଖ ଧାର୍ଯ୍ୟ କରାଯାଇଛି ! ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ରୁ ଉଭୟ ଯୁବ ବର୍ଗ ଏବଂ କଲେଜ ଛାତ୍ର ଛାତ୍ରୀ ଭାଗ ନେଇ ପାରିବେ ! ଏଇଥି ପାଇଁ ଇଛୁକ ପାର୍ଥୀ ଆସନ୍ତା ୧୨ ତାରିଖ ସୁଦ୍ଧା ଜିଲା ସଦର ମହକୁମା ସ୍ଥିତ ସଂସ୍କୃତି ଭାବନ ପରିସରରେ ଥିବା ଜିଲା ସଂସ୍କୃତି ଅଧିକାରୀ କାର୍ଯ୍ୟାଳୟ ରେ ଆବେଦନ କରିପାରିବେ,ସେହିପରି ଜିଲ୍ଲାର ଅନ୍ୟ ଅଞ୍ଚଳର ଯୁବ ବର୍ଗ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ମଧ୍ୟ ସିଧାସଳଖ ଆବେଦନ କରିପାରିବେ ! ଏଇ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ତଥା ସାଂସ୍କୃତିକ ଦଳ ଓ ଉଦଘୋଷକ ଚୟନ କମିଟିର ଅଧ୍ୟକ୍ଷ ମହେଶ୍ୱର ନାୟକ,ପତ୍ର ସଂଖ୍ୟା ୨୨୧,ତାରିଖ ୦୫.୧୧.୨୦୨୪ ଅନୁଯାୟୀ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିଜ ବ୍ଲକ କିମ୍ବା ପୌରାଞ୍ଚଳ ରୁ ଗୋଟିଏ ଲେଖାଏଁ ଉଡଘୋଷକ ଏବଂ ଉଦଘୋଷିକା ଙ୍କୁ ୧୮ ତାରିଖରେ ସଦର ମହକୁମାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତିମ ଚୟନ ପ୍ରକ୍ରିୟାରେ ଭାଗ ନେବା ନିମନ୍ତେ ପ୍ରେରଣ କରିବାକୁ ଚିଠି କରିଛନ୍ତି ! ଜିଲ୍ଲା ପ୍ରଶାସନ ର ଏଭଳି ପ୍ରୟାସ କୁ ଜିଲ୍ଲାର ସମସ୍ତ କଳାକାର ତଥା ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ! ନୂତନ ପ୍ରତିଭା ଙ୍କୁ ମଣ୍ଡେଇ ମଞ୍ଚରେ ସୁଯୋଗ ଦେଲେ ମଣ୍ଡେଇ ର ପ୍ରକୃତ ଉଦେଶ୍ୟ ପୂର୍ଣ ହେବ ବୋଲି ମତ ଦେଇଛନ୍ତି ! ଏଥର ମଣ୍ଡେଇ ରେ ଲୁକାୟିତ ପ୍ରତିଭାର ଅନ୍ଵେଷଣ କରି ମଞ୍ଚରେ କେବଳ ନୂତନ ଉଦଘୋଷକ ଏବଂ ଉଦଘୋଷିକା ଦେଖିବାକୁ ସୁଯୋଗ ମିଳିବ ବୋଲି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ତଥା ନାଟ୍ୟ ନିର୍ଦ୍ଦେଶକ ସୁରେଶ ମହାନ୍ତି, ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଗୋକୁଳ ଖାଡଙ୍ଗା,ବରିଷ୍ଠ ଗୀତିକାର ତଥା ଗାୟକ ସୁରେଶ ମିଶ୍ର,ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ସାମନ୍ତରାୟ ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ କୁ ସାଧୁବାଦ୍ ଜଣାଇଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ