।। ବିଦ୍ୟାଳୟରେ ଶିକ୍ଷା ମାନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କଡାକଡି ପଦକ୍ଷେପ ।।

Oct 19, 2024 - 19:48
 0  5
।। ବିଦ୍ୟାଳୟରେ ଶିକ୍ଷା ମାନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କଡାକଡି ପଦକ୍ଷେପ ।।

ବିଡ଼ିଓ, ତହସିଲଦାରଙ୍କ ସ୍କୁଲ ନିରୀକ୍ଷଣ: ଅପ୍ରାଧୀକୃତ ଅନୁପସ୍ଥିତ ଶିକ୍ଷକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅପ୍ରାଧୀକୃତ ଅନୁପସ୍ଥିତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ବାରିପଦା: ୧୮.୧୦.୨୦୨୪// ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକମାନ ବୃଦ୍ଧି ଏବଂ ଏହାର ପରିସଂସ୍ଥାନକୁ ଅଧିକ ରୁ ଅଧିକ ଉପାଦେୟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୨୬ ଜଣ ବି.ଡ଼ି.ଓ ଏବଂ ତହସିଲଦାର ମାନେ ଆଜିର ଦିନରେ ନିଜ ଅଂଚଳର ସମୁଦାୟ ୧୪୩ଟି ବିଦ୍ୟାଳୟ ମାନଙ୍କରେ ଆକସ୍ମିକ ନିରୀକ୍ଷଣ (surprise inspection) କରି ସେଠାରେ ଅପ୍ରାଧୀକୃତ ଅନୁପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ(Unauthorised Absentee Teachers)ଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି। ବିଦ୍ୟାଳୟରେ ଶିକ୍ଷାଦାନର ପଦ୍ଧତି ସମେତ ପିଲାଙ୍କ ବୌଦ୍ଧିକ ଓ ମାନସିକ ଯତ୍ନ କିଭଳି ନିଆଯାଉଛି ତାହାର ମଧ୍ୟ ନିରୀକ୍ଷଣ କରାଯାଇଥିଲା। ସୂଚନା ଅନୁସାରେ, ବିଦ୍ୟାଳୟରେ ଶିକ୍ଷାଦାନ ନିର୍ଘଣ୍ଟ ସମୟରେ ଅପ୍ରାଧିକୃତ ଓ ଅନୁପସ୍ଥିତ ଥିବା ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ଏବଂ ସେହି ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆକସ୍ମିକ ନିରୀକ୍ଷଣରେ ବି.ଡ଼ି.ଓ ଏବଂ ତହସିଲଦାର ମାନଙ୍କ ରିପୋର୍ଟ ଅନୁସାରେ କିଛି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅପ୍ରାଧିକୃତ ଅନୁପସ୍ଥିତ ଥିବା ଜଣା ପଡିଛି। ଏଣୁ ସେହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା କାରଣ ଦର୍ଶାଅ ନୋଟିସ ଜାରି କରାଯିବ ଏବଂ ତାଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯିବ ବୋଲି ଜିଲ୍ଲପାଳ କହିଛନ୍ତି। ଏହି ନିରୀକ୍ଷଣ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପରିଚାଳନା କରିଥିଲେ ଏବଂ ଜିଲ୍ଲାପାଳଙ୍କ ସହିତ ଏହାର ତ୍ୱରାନ୍ୱିତ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।ଏହି ଆକସ୍ମିକ ନିରୀକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା କରାଯିବ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲାପାଳ ନିଜେ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ