।। ଥୁଆମୂଳ ପୋଲିସ ଦ୍ବାରା ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଅଟକ ।।

Oct 10, 2024 - 18:43
 0  244
।। ଥୁଆମୂଳ ପୋଲିସ ଦ୍ବାରା ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଅଟକ ।।

ବର୍ତ୍ତମାନ ଜିଲ୍ଲାରେ ଶାରଦୀୟ ପାର୍ବଣ ଋତୁ ଯୋଗୁଁ ଗାଁ ରୁ ସହର ଯାଏଁ ଲୋକଙ୍କ ଭିଡ଼ ସହିତ ମଉଜ ମଜଲିସ ଜୋର୍ ସୋରରେ ଚାଲିଛି। ଲୋକଙ୍କ ମନରେ ଉତ୍ସାହ ସହିତ ମନୋରଞ୍ଜନ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇଛି। ଏହାକୁ ଆହୁରି ରଙ୍ଗୀନ କରିବା ପାଇଁ ଦେଶୀ ବିଦେଶୀ ମଦ ବେପାରୀ ମାନଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଛି। ତେଣୁ ଏଭଳି ପାର୍ବଣ ଋତୁର କିପରି ଫାଇଦା ଉଠାଇ ପାରିବେ ସେଥିପାଇଁ ସେମାନେ ତତ୍ପର ହୋଇ ଉଠିଛନ୍ତି।‌ ଆଇନ୍ କାନୁନ୍ କୁ ଫାଙ୍କି ବେପାରୀ ମାନେ ନିଜର ଚତୁର ପଣିଆର ଅସଦ୍ ବ୍ୟବହାର କରି ବେଳେ ବେଳେ ଆଇନ୍ ର ହାତରେ ଧରା ପଡିଯାଆନ୍ତି। ଏହିପରି ଏକ ଚୋରା ମଦବେପାରୀ ବିଦେଶୀ ମଦ ବାଇକ୍ ରେ ଚୋରା ଚାଲାଣ କଲାବେଳେ ଥୁଆମୂଳ ରାମପୁର ପୋଲିସ ଦ୍ବାରା ଧରା ପଡିଥିବା ଜଣା ପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଭବାନୀପାଟଣା ସହରର ପ୍ରଭାତ ରଞ୍ଜନ ନାମକ ଜଣେ ବ୍ୟକ୍ତି ଗୋଟିଏ ବାଇକ୍ (ଓଡ 08 W 0575) ରେ ଭବାନୀପାଟଣା ରୁ ଥୁଆମୂଳ ରାମପୁରକୁ ମଦ ଚାଲାଣ କରୁଥିଲେ। ଏହାର ପରିମାଣ ୮୭ ଲିଟର ବୋଲି ପୋଲିସ ସୂତ୍ରରୁ ପ୍ରକାଶ।‌ଜବତ ମଦ ମଧ୍ୟରେ ୪କାର୍ଟୁନ୍ ବିୟର ଯାହାର ସମୁଦାୟ ପରିମାଣ ୩୧ ଲି ୨୦୦ ମିଲି,୯୬ ପ୍ୟାକେଟ୍ କେନ୍ ୪୮ଲିଟର,ବ୍ଳାକ ଵକାଡି ୩୭୫ ମିଲି ର ୧.୮୭୫ ମିଲି,୧୮୦ ବ୍ଳାକ ବକାଡି ର ୨ଲି୫୨୦ମିଲି,ରୋୟାଲ ଷ୍ଟେକ ୧୮୦ମିଲି ର ୧୮୦ମିଲି ର ୧ ଲିଟର ୮00ମିଳି.ସେହିପରି ୧୮୦ ମେକ୍ ଡ୍ଵେଲ୍ ର ୨.୧୬୦ମିଲି, ବୋଲି ଜଣାପଡିଛି। ଥୁଆମୂଳ ରାମପୁର ଆଇଆଇସି କୈବଲ୍ୟ ସେଠ୍ ତାଙ୍କ ସହଯୋଗୀଙ୍କ ସହ ଭବାନୀପାଟଣା ରୁ ଥୁଆମୂଳ ରାମପୁର ଅଭିମୂଖେ ଆସୁଥିବାର କୌଣସି ସୂତ୍ରରୁ ଜାଣିପାରି ଚିରକୂଳ ଗୁଡା ମୂଖ୍ୟ ରାସ୍ତା କଡ଼ରେ ଜବତ୍ କରି ନିଜ ହେପାଜତକୁ ନେଇଥିଲେ। ପୋଲିସ ବର୍ତ୍ତମାନ ସକ୍ରୀୟ ନ ହେଲେ ପାର୍ବଣ ଋତୁରେ ବ୍ୟାପକ ମଦ ଚୋରା ଚାଲାଣକାରୀ ମାନେ ବେଧଡକ ଲୋକଙ୍କୁ ନିଶାଗ୍ରସ୍ତ କରି ଅଞ୍ଚଳର ଆଇନ୍ ଶୃଙ୍ଖଳାକୁ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ