।। ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ ।।

Oct 21, 2024 - 16:12
 0  8
।। ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ ।।

କନ୍ଧମାଳ : (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଯାଇଛି। ଟୁଡୁବିଜୁ ରାଜସ୍ୱ ଗ୍ରାମ ସହିତ ପଡ଼ା ଗ୍ରାମ ଗଚାଗୁଡି ଓ ସାନ୍ଦିମା ଗ୍ରାମରେ ୨୪୬ ପରିବାରର ପ୍ରାୟ ୧୨ ଶହରୁ ଅଧିକ ଜନ ସଂଖ୍ୟା। ଆଜି ଯାଏ ଏହି ଗ୍ରାମ ବାସୀ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି କିଛି ମାସ ପୁର୍ବରୁ ବିଭାଗୀୟ ଅଧିକାରୀଙ୍କ ନିର୍ଦେଶ କ୍ରମେ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ବସୁଧା ଯୋଜନାରେ ନିର୍ମିତ ହେଇଥିବା ପାଣି ଟାଙ୍କିରେ ମୋଟର ବସାଇବା ନେଇ ମେକାନିକ୍ ଟିମ୍ ଟୁଡୁବିଜୁ ଗ୍ରମାରେ ପହଞ୍ଚି କାମ ଆରମ୍ଭ କରିଥଲେ। ହେଲେ ଦଶହରାର ଆଳ ଦେଖାଇ ପାଣି ଟାଙ୍କିରେ ପ୍ଲାଷ୍ଟିକ ରସି ମାଧ୍ୟମରେ ମୋଟର ମେସିନ୍ କୁ ବାନ୍ଧି ଦେଇ ଯାଇଛନ୍ତି ଯେ ଆଜି ଯାଏ ଦେଖାନାହିଁ ବୋଲି ଗ୍ରାମ ବାସୀ କହିଛନ୍ତି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପାଇପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ ବହୁ ଅର୍ଥ ବ୍ୟୟ ବରାଦ କରାଯାଇଛି ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଖାମ୍ ଖିଆଲ ମନୋଭାବରୁ ଟୁଡୁବିଜୂ ଗ୍ରାମବାସୀ ଙ୍କ ସହିତ ବ୍ଲକ ଅଞ୍ଚଳର ବହୁ ଗ୍ରାମ ବାସୀ ବସୁଧା ଯୋଜନାରେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଗ୍ରାମବାସୀ ଗାଁ ନିକଟ ବିଲରେ ଥିବା ଚୁଆ ପାଣି ବ୍ୟବହାର କରି ବିଭିନ୍ନ ଭୁତାଣୁ ଜନିତ ରୋଗର ଶିକାର ମଧ୍ୟ ହେଉଛନ୍ତି ବୋଲି ଗୌତମ ମାଝୀ ସମେତ ଅନ୍ୟମାନେ କହିଛନ୍ତି। ଗ୍ରାମବାସୀ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିଛନ୍ତି ହେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା କଥା ଗ୍ରାମବାସୀ କହିଛନ୍ତି। ପାନୀୟଜଳ ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀଙ୍କ ସହିତ ବିଡ଼ିଓଙ୍କୁ ହ୍ବା ଟ୍ସ ଆପରେ ସମସ୍ୟାର ଫଟୋ ଚିତ୍ର ପଠାଇଥିବା ମଧ୍ୟ କହିଛନ୍ତି। ଏତେ ସତ୍ତ୍ୱେ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ