।।ସେଙ୍ଗେଲର ପ୍ରେସ ଇସ୍ତାହାର: ସାନ୍ତାଳ ହୁଲ୍ ମାହା ପାଳନ ପାଇଁ ସେଙ୍ଗେଲର ପ୍ରସ୍ତୁତି ବୈଠକ ।।

Jun 27, 2024 - 18:59
 0  7
।।ସେଙ୍ଗେଲର ପ୍ରେସ ଇସ୍ତାହାର: ସାନ୍ତାଳ ହୁଲ୍ ମାହା ପାଳନ ପାଇଁ ସେଙ୍ଗେଲର ପ୍ରସ୍ତୁତି ବୈଠକ ।।

ଆଜି ତା.27.06.2024 ରିଖ ଗୁରୁବାର ଦିନ ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ସହ ଓଡିଶା ପ୍ରଦେଶ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଦିବାସୀ ସମାଜକୁ ବିକାଶ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଠାରେ ଆସନ୍ତା 30 ଜୁନ 2024କୁ ସାନ୍ତାଳ-ହୁଲ୍-ମାହା (ସାନ୍ତାଳ କ୍ରାନ୍ତି ଦିବସ) ପାଳନ କରିବା ପାଇଁ ଓଡିଶା ପ୍ରଦେଶରେ ଆଦିବାସୀ ସେଙ୍ଗେଲ ଅଭିଯାନ ସଂଗଠନ ସକ୍ରିୟ ଥିବା 9 (ନଅ) ଗୋଟି ଜିଲ୍ଲାର ସମସ୍ତ ବ୍ଲକରେ ପାଳନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ତତସହିତ ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ଉକ୍ତ ଐତିହାସିକ ଦିବସ ପାଳନ ଅବସରରେ ଆଦିବାସୀ ସମାଜ ଗୁଲାମୀରୁ ଆଜାଦ କରିବା ପାଇଁ ସାମାଜିକ କ୍ରାନ୍ତି, ଧାର୍ମିକ କ୍ରାନ୍ତି, ରାଜନୀତି କ୍ରାନ୍ତି, ଆର୍ଥିକ କ୍ରାନ୍ତି ଗୁଡିକ ସଫଳ କରିବା ପାଇଁ ଶଙ୍ଖ ବଜାଇ ତିବ୍ର ଆନ୍ଦୋଳନ ପାଇଁ ଘୋଷଣା କରାଯିବ ଏବଂ ଆଦିବାସୀ ସ୍ୱଶାସନ ବ୍ୟବସ୍ଥାରେ ସାମ୍ବିଧାନିକ ସୁଧାର ମାଝୀବାବା (ଗ୍ରାମମୁଖ୍ଯ) ବଦଳାଅ - ଗ୍ରାମ ବଞ୍ଚାଅ, ହାଣ୍ଡିଆ (ନିଶାଦ୍ରବ୍ଯ) ହଟାଅ - ସମାଜ ବଞ୍ଚାଅ ଆହ୍ବାନକୁ ସଫଳ କରାଯିବା ପାଇଁ ବିଶାଳ ଜନ ଏକତା ଗଠନ କରାଯିବ । ସେଥିପାଇଁ ପ୍ରତ୍ୟେକ ଆଦିବାସୀ ଗ୍ରାମ ସମାଜରେ ଜନ ଜାଗରଣ ସଭା କରିବାକୁ ନିଷ୍ପତ୍ତି ନିଆଯାଇଛି । ତତସହିତ ରାଜ୍ୟରେ ଥିବା 10 (ଦଶ ହଜାର) ସେଙ୍ଗେଲ କ୍ଯାପଟେନମାନେ ସମସ୍ତେ ଦଶ (10) ପରିବାରକୁ ସେଙ୍ଗେଲ ପରିବାରରେ ସହିତ ସାମିଲ କରାଯାଇ ଆଦିବାସୀମାନଙ୍କର ହାସା, ଭାଷା, ଜାତି, ଧର୍ମ, ଇଜ୍ଜତ, ଆବାଦୀ, ରୋଜଗାର, ଚାଷବାସ ସହିତ ସମସ୍ତ ସାମ୍ବିଧାନିକ ମୌଳିକ ଅଧିକାରକୁ ସ୍ଥାପିତ କରିବା ପାଇଁ ବିଶାଳ ଜନାନ୍ଦୋଳନ ଠିଆ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ଦୃଢ ଚାପ ସୃଷ୍ଟି କରିବାକୁ 30 ଜୁନ ଐତିହାସିକ ଦିବସରେ ଘୋଷଣା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ବୈଠକରେ ଜୋନାଲ ଉପସଭାପତି ଜିତେନ୍ଦ୍ରନାଥ ହେମ୍ବ୍ରମ, ଉପଖଣ୍ଡ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ଭ୍ରମ, ମାଝୀଆ ହାଁସଦାଃ, ହରି ମୁର୍ମୁ, ବନମାଳୀ ହାଁସଦାଃ ଆଦି ପ୍ରମୁଖ ଉପସ୍ଥିତ ଥିଲେ ମୟୂରଭଞ୍ଜ,

 ବାରିପଦାରୁ -ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ