ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି, କଳାହାଣ୍ଡିରେ ନବନିର୍ମାଣ କୃଷକ-ଯୁବ-ଛାତ୍ର ସଂଗଠନର ଆନ୍ଦୋଳନ
କଳାହାଣ୍ଡି: ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ବୋଲି ଦାବି କରାଯାଉଥିବା ୧୬୭୮ଟି ତ୍ରୁଟିର ତୁରନ୍ତ ସଂଶୋଧନ ଦାବିରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ନବନିର୍ମାଣ କୃଷକ ସଂଗଠନ, ନବନିର୍ମାଣ ଯୁବ ଛାତ୍ର ସଂଗଠନ ଓ ଅଭିଭାବକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି। ସଂଗଠନର ଜାତୀୟ ଆବାହକ ଶ୍ରୀଯୁକ୍ତ ଅକ୍ଷୟ କୁମାରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ସତ୍ୟାଗ୍ରହରେ ପାଠ୍ୟପୁସ୍ତକର ତ୍ରୁଟି ସଂଶୋଧନ ସହ ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଥିଲା। ଏନେଇ ସଂଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଂଯୋଜକ ଶ୍ରୀ ଲିଙ୍ଗରାଜ ପ୍ରଧାନ, ଶ୍ରୀ ହେରମ୍ବ ସେନାପତି, ଜିଲ୍ଲା ଯୁବ ସଭାପତି ଶ୍ରୀ ହିତେଶ କୁମାର ନାଏକ, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଅଭିଜିତ ଶତପଥୀ, ସଂଗ୍ରାମୀ ଶ୍ରୀ ସୁରେଶ ସଂଗ୍ରାମ, ଜିଲ୍ଲା ଅଭିଭାବକ ସଂଘରୁ ଶ୍ରୀ ନିରୋଦ ରାଉତ, ଶରତ ଭାଇଙ୍କ ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତରହିଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକୁ ଶୀଘ୍ର ସଂଶୋଧନ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଯେପରି ପ୍ରଭାବ ନପଡ଼େ ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏଥିସହ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟ ରଖାଯାଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ଏବଂ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଥୁଆମୂଳ ରାମପୁର ରୁ ଅତିରିକ୍ତ ଜିଲ୍ଳା ପ୍ରତିନିଧି ମିଥୁଲା ନାଏକ ଙ୍କ report first news odisha
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0