ମୟୂରଭଞ୍ଜ ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ପାଳିତ:ସାକ୍ଷରତାର ଗୁରୁତ୍ୱ ଓ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ

Sep 8, 2026 - 22:14
 0  2
ମୟୂରଭଞ୍ଜ ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ପାଳିତ:ସାକ୍ଷରତାର ଗୁରୁତ୍ୱ ଓ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ

ବାରିପଦା, (୮/୯): ମୟୂରଭଞ୍ଜ ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଛି । ଏହି ଅବସରରେ ବାରିପଦାସ୍ଥିତ ପିଏମ୍ ଶ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଛାତ୍ରଛାତ୍ରୀ ଓ ଗାଇଡ୍‌ ଶିକ୍ଷକମାନେ ଏଥିରେ ଯୋଗଦେଇ ସାକ୍ଷରତାର ଗୁରୁତ୍ୱ ଏବଂ ଏକ ସ୍ୱାକ୍ଷର ସମାଜ ଗଠନର ବାର୍ତ୍ତା ପ୍ରସାର କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏକାଡେମିକ୍) ବିନୋଦ ସିଂ, ଏଡିଇଓ (ଏଷ୍ଟାବ୍ଲିଶମେଣ୍ଟ) ଗୌତମ କୁମାର ପାତ୍ର, ବାରିପଦା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବାରିପଦାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ଲିପି ସାହୁ, ବାରିପଦା ବିଇଓ ଅନୁଜା ମାଧୁରୀ ଦାସ, ପିଏମ୍ ଶ୍ରୀ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀ ଟୁଡୁ ଏବଂ କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସାକ୍ଷରତାର ଆବଶ୍ୟକତା, ଶିକ୍ଷାର ସାର୍ବଜନୀନତା ଏବଂ ସମାଜରୁ ନିରକ୍ଷରତା ଦୂରୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷା ମାଧ୍ୟମରେ ବ୍ୟକ୍ତି, ପରିବାର ଓ ସମାଜର ସାମଗ୍ରିକ ବିକାଶ ସମ୍ଭବ ବୋଲି ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରୁ ଦୁଇଜଣ ଛାତ୍ରଛାତ୍ରୀଙ୍କ ସହ ଜଣେ ଗାଇଡ୍‌ ଶିକ୍ଷକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ସାକ୍ଷରତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହା ମାଧ୍ୟମରେ ‘ସ୍ୱାକ୍ଷରତା ସମସ୍ତଙ୍କ ଅଧିକାର’ ବାର୍ତ୍ତା ପ୍ରଚାର ସହ ଏକ ସ୍ୱାକ୍ଷର ଓ ସଚେତନ ସମାଜ ଗଠନ ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା । ଉଦ୍‌ଯାପନୀ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବାରିପଦା ବ୍ଲକ୍ ଅଧୀନସ୍ଥ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସମେତ ପିଏମ୍ ଶ୍ରୀ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ