|| ପ୍ରଧାନ ଶିକ୍ଷକଙ୍କୁ ଖାତିର କରୁ ନାହାଁନ୍ତି ସହସିକ୍ଷକ ||

Oct 8, 2024 - 10:49
 0  21
|| ପ୍ରଧାନ ଶିକ୍ଷକଙ୍କୁ ଖାତିର କରୁ ନାହାଁନ୍ତି ସହସିକ୍ଷକ ||

ଦୁଇ ଜଣ ଶିକ୍ଷକ ରହିଥିବା ବେଳେ ଜଣେ ଶିକ୍ଷକ ବାରମ୍ବାର ଛୁଟିରେ ରହୁଛନ୍ତି ହେଲେ ପ୍ରଧାନ ଶିକ୍ଷକଙ୍କୁ ସିଏଲ୍ ମଧ୍ୟ ଦେଉ ନାହାଁନ୍ତି। ଏହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନ ନଲାଚୁଆଁ ପ୍ରାଥମିକ ବିଦ୍ୟାଳୟରେ। (HM) ସୂଚନାରୁ ଜଣାପଡିଛି ସହଶିକ୍ଷକ ବିର ବାହାଦୁର ଶବର ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।ସ୍କୁଲକୁ ବିଳମ୍ବରେ ଯିବା, ମନ ଇଚ୍ଛା ସ୍କୁଲରୁ ଫେରିବା , ପ୍ରଧାନ ଶିକ୍ଷକଙ୍କ ଛୁଟି ଦିନରେ ଏହି ସହସୀକ୍ଷକ ଦାୟିତ୍ୱରେ ରହିଥିଲେ ମଧ୍ଯ ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ଛୁଟି ଦେଇ ସ୍କୁଲ ବନ୍ଦ କରି ଘରକୁ ଫେରି ଯିବା ଏମିତି ଅନେକ ପ୍ରକାରର ଅଭିଯୋଗ ହେଇଛି। ( public) ସରକାର ନାରା ଦିଅନ୍ତି,ବେଟି ପଢ଼ାଓ ବେଟି ବଚାଓ, ଯଦି ବିର ବାହାଦୁର ଶବର ପରି ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଇ ରଖିବେ ତାହା ହେଲେ ଛାତ୍ରଛାତ୍ରୀ ମାନେ କେମିତି ଶିକ୍ଷା ଲାଭ କରି ପାରିବେ। ଯଦି ବିଦ୍ୟାଳୟରେ ଠିକ୍ ଭାବରେ ଶିକ୍ଷକ ମାନେ ଶିକ୍ଷା ଦାନ ନ କରିବେ ତାହା ହେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ହେଇ ଯିବ। ସରକାର ଏହି ପରି ଶିକ୍ଷକ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦେବା ଉଚିତ। ନଳାଛୁଆଁ ଏକ ଆଦିବାସୀ ଅଧ୍ୟୁଷିତ ଗାଁ ହେଇ ଥିବାରୁ ଶିକ୍ଷକ ଜଣକ ହାଲୁକାରେ ନେଇ ଏହି ଗାଁର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବାରେ ଅବହେଳିତ କରୁଛନ୍ତି। ଆମେ ଏହି ନଳାଚୁଆଁ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ କିଛି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ କରି ଥିଲୁ ହେଳେ ଛାତ୍ରଛାତ୍ରୀ ମାନେ ଠିକ୍ ଭାବରେ କଥା ହେଇ ପାରୁ ନ ଥିଲେ। (Student speech) ସେ ସମୟରେ ଆମେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ପ୍ରଶ୍ନ କଲୁ ଆଉ ଜଣେ ଶିକ୍ଷକ ଆଜି କାହିଁକି ଆସି ନାହାଁନ୍ତି,ପ୍ରଧାନ ଶିକ୍ଷକ ଫୋନ ଯୋଗେ କଥା ହେବାରୁ ସହଶିକ୍ଷକ କହିଲେ ମୋତେ ବିଓ sir ଡାକିଛନ୍ତି କିନ୍ତୁ କିଛି ସମୟ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁ ଫୋନ ଯୋଗେ ପଚାରିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଁ ଡାକିନି ବୋଳି ମନା କରି ଦେଇଥିଲେ।ଏଥିରୁ ସମ୍ପୂର୍ଣ୍ଣ ଜଣା ପଡୁଛି ବିର ବାହାଦୁର ଶବର ସହଶିକ୍ଷକ ବିନା ସିଏଲ୍ ରେ ଛୁଟି କରିବା ଓ ପ୍ରଧାନ ଶିକ୍ଷକଙ୍କୁ ଖାତିର ନ କରି ଛୁଟିରେ ରହିବା ଏହା ଏକ ନିୟମ ବିରୋଧ ବୋଲି କୁହା ଯାଉଛି। ଏ ବିଷୟରେ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରତିକ୍ରିୟା ମାଗିବାରୁ ସିଧାସଳଖ ମନା କରି ଦେଇଥିଲେ।ରାଜ୍ଯ ସରକାର ଯଦି ଏହି ପରି ଶିକ୍ଷକ ମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରନ୍ତି ତାହା ହେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ହେଇ ଯିବ। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବିଦ୍ୟାଳୟର ଶିକ୍ଷକ ପ୍ରତି ଗୋଷ୍ଠୀ ଶିକ୍ଷା ବିଭାଗର ଅଧିକାରୀ କି ପଦକ୍ଷେପ ନେଉଛନ୍ତି।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ