ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ପ୍ରଜ୍ୱଳିତ ହେଲା ୨ ହଜାରରୁ ଊର୍ଦ୍ଧ୍ୱ ‘ଆଶୀର୍ବାଦର ଦୀପ’

Sep 17, 2026 - 21:43
 0  13
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ନୂଆପଡ଼ାରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ପ୍ରଜ୍ୱଳିତ ହେଲା ୨ ହଜାରରୁ ଊର୍ଦ୍ଧ୍ୱ ‘ଆଶୀର୍ବାଦର ଦୀପ’

ନୂଆପଡ଼ା : ୧୭/୯: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ନୂଆପଡ଼ା ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନୂଆପଡ଼ା ସଦର ମହକୁମାସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୨ ହଜାରରୁ ଊର୍ଦ୍ଧ୍ୱ ଦୀପ ପ୍ରଜ୍ୱଳିତ କରାଯାଇ ‘ଦୀପଦାନ’ ଉତ୍ସବ ପାଳନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ହନୁମାନ ମନ୍ଦିର ପରିସର ଦୀପର ଆଲୋକରେ ଉଦ୍‌ଭାସିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଜିଲ୍ଲାପାଳ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଘରେ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ ମାଧ୍ୟମରେ ତାଙ୍କ ପ୍ରତି ଶୁଭକାମନା ଜଣାଯାଉଛି। ‘ସେବା ସଂକଳ୍ପ ଅଭିଯାନ’ ଆସନ୍ତା ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ। ଏହି ଅବଧି ମଧ୍ୟରେ ବିଭିନ୍ନ ଜନସେବା, ସଚେତନତା, ସାମାଜିକ ଓ ଲୋକସମ୍ପର୍କମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜିଲ୍ଲାପାଳ ଆହୁରି କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାରେ ସଫଳତାର ସହ କାର୍ଯ୍ୟାନ୍ୱିତ ହେଉଛି। ଏହାର ସୁଫଳ ଜିଲ୍ଲାର ପ୍ରିୟ ଅଧିବାସୀଙ୍କ ଘରେ ଘରେ ପହଞ୍ଚାଇବା ସହ ଲୋକଙ୍କ ନିକଟରେ ସରକାରୀ ସେବା ଓ ସୁବିଧାକୁ ଆହୁରି ସୁଗମ କରିବା ଦିଗରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ନୂଆପଡ଼ା ବିଡିଓ ରୋହିତ ଭୋଇ, ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସୁନୀଲ କୁମାର ମଲ୍ଲିକ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ନୂଆପଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ମହାସଂଘ (ବିଏଲ୍‌ଏଫ୍‌), ଜିଲ୍ଲାସ୍ତରୀୟ ମହାସଂଘ (ଡିଏଲ୍‌ଏଫ୍‌)ର ସଦସ୍ୟା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ମାଧ୍ୟମରେ ସେବା, ସମର୍ପଣ, ସାମାଜିକ ଦାୟିତ୍ୱ ଓ ଜନସେବାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’କୁ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ପାଇଁ ବାର୍ତ୍ତା ଦିଆଯାଇଥିଲା।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ