ନାକଝରୀ ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନକଲେ ଗ୍ରାମବାସୀ

Dec 17, 2025 - 19:43
 0  22
ନାକଝରୀ ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନକଲେ ଗ୍ରାମବାସୀ

ବାରିପଦା ତା ୧୭/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୋଶିଆ ଗ୍ରାମ ପଞ୍ଚାୟତର ନାକଝରୀ ଗ୍ରାମର ୨୫ ଜନଜାତି ପରିବାରଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ଦାବିରେ ଆଜି ମୟୀରଭଞ୍ଜ ଜିଲ୍ଲା ପାଳଙ୍କ ମାଧ୍ୟମରେ ଶରତ ବିକାଶ ମଞ୍ଚର ସଭାପତି ଗାମାଏ ରୀମିଲ ସିଂ ଗୋଇପାଈଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏ ସମ୍ପର୍କରେ ଅନୁସନ୍ଧାନ କରାଯାଇ ତିନିଦିନ ମଧ୍ୟରେ ବିଦ୍ୟୁତ ସେବା ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ ନାକଝରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି. ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶରତ ବିକାଶ ମଞ୍ଚ ସଭାପତି ଶ୍ରୀ ଗୋଇପାଈଙ୍କ ସମେତ ନାକଝରୀ ଗ୍ରାମର ଯୁବ ନେତା ଶିବ ଗାଗାରାଇ, ସୁମିତ୍ରା ଗାଗାରାଇ, ସାମାଜିକ କର୍ମୀ ନବୀନ ମୁଣ୍ଡୁରୀ, ମିନତୀ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ.

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ