ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

Sep 25, 2026 - 21:16
 0  16
ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ଝାରସୁଗୁଡା, ୨୫/୦୯ (ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଝାରସୁଗୁଡା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହର ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗର୍ତିଆ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ଘୋଷଣା କରିଥିବା ବେଳେ ବ୍ରଜରାଜନଗର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ, କିରମିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା, ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶାନ୍ତ ବେହେରା ସମେତ ଅନ୍ୟନ୍ୟ ଅଥିତି ଉପସ୍ଥିତ ଥିଲେ। ୫ଗୋଟି ବ୍ଲକ ରୁ ବଛା ବଛା ମୋଟ ୧୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ରା ବିଭିନ୍ନ ବିଦ୍ୟାଳୟରୁ ୭୦ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ l ଏଥି ମଧ୍ୟରୁ ମୋଟ ୨୫ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତର ପାଇଁ ମନୋନୀତ ହୋଇ ୩ ଅକ୍ଟୋବରରେ କୋରାପୁଟ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ବେହେରା ସୂଚନା ଦେଇଛନ୍ତି l

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁିଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ