।। ଜରାଜୀର୍ଣ୍ଣ ଅବସ୍ଥାରେ ହାଟଭରଣ୍ଡୀ ପି ଏମ ସେଣ୍ଟର, ମରାମତି ପାଇଁ ସାଧାରଣରେ ଦାବୀ ।।

Sep 16, 2024 - 12:01
 0  66
।। ଜରାଜୀର୍ଣ୍ଣ ଅବସ୍ଥାରେ ହାଟଭରଣ୍ଡୀ ପି ଏମ ସେଣ୍ଟର, ମରାମତି ପାଇଁ ସାଧାରଣରେ ଦାବୀ  ।।

ରାଇଘର ତା : ୧୪/୦୯-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡୀ ସ୍ଥିତ ଶବ ବ୍ୟବଚ୍ଛେଦ ଗୃହର ଅବସ୍ଥା ଅତି ଶୋଚନୀୟ ! ଉକ୍ତ ଘରର କବାଟ ଝରକା ସବୁ ଭାଙ୍ଗିରୁଜି ଯାଇଥିବା ବେଲେ କାନ୍ଥ, ଛାତ ଓ ଚଟାଣ ମଧ୍ୟ ଫାଟି ଗଲାଣି ! ଛାତ ଉପରେ ଘାସବୁଦା ସବୁ ଉଠି ଜଙ୍ଗଲ ପରି ହୋଇଛି !ଅନ୍ୟପଟେ ଶବ ବ୍ୟବଚ୍ଛେଦ ଗୃହର ରାସ୍ତା ମଧ୍ୟ ସଂକୀର୍ଣ୍ଣ ରହିଥିବା ଯୋଗୁଁ ମହାପ୍ରୟାଣ ଗାଡି ମଧ୍ୟ ଯିବା ଆସିବାରେ ବହୁ ସମସ୍ୟା ଦେଖାଯାଉଛି !ହାଟଭରଣ୍ଡୀ ସି ଏଚ ସି ପକ୍ଷରୁ ଉକ୍ତ ଗୃହର ମରାମତି ସାଙ୍ଗକୁ ଘରେ ବିଦ୍ୟୁତ ସଂଯୋଗ କରିବା ସହ ହେଲୋଜିନ ଲାଇଟର ବ୍ୟବସ୍ଥା କରିବା,ପାଣିର ବ୍ୟବସ୍ଥା କରିବା ସାଙ୍ଗକୁ ହାତ ଧୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବା ଓ ରାସ୍ତା ଚଉଡା କରାଯିବା ନେଇ ବାରମ୍ବାର ଦାବୀ ହଉଛି ! ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସି ଏସ ସି ପକ୍ଷରୁ ଅଭିଯୋଗ ମଧ୍ୟ ହଉଛି ! ଗୃହରେ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା ନଥିବା ଯୋଗୁଁ ଅନେକ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହଉଛି ! ତେଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଶବ ବ୍ୟବଚ୍ଛେଦ ଗୃହର ମରାମତି କାମ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ