।। ଜଙ୍ଗଲ ମଧ୍ୟରୁ ଜୁଆ ଆଡ୍ଡାରେ ଚଢ଼ାଉ : ୧୩ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ ।।

Oct 27, 2024 - 16:33
 0  18
।। ଜଙ୍ଗଲ ମଧ୍ୟରୁ ଜୁଆ ଆଡ୍ଡାରେ ଚଢ଼ାଉ : ୧୩ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ ।।

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଥିବା ୧୩ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ନଗଦ ୫୬ ହଜାର ୧୯୦ ଟଙ୍କା ସହ ୧୨ଟି ମୋଟର ସାଇକଲ ଜବତ କରାଯାଇଥିବା ବିଷୟ ଦାରିଙ୍ଗବାଡ଼ି ଆଇଆଇଆସି ରମେଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ପାର୍ବଣ ଆସିଲେ ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଜୁଆଆଡ୍ଡା ବେଧଡ଼କ ଭାବେ ଚାଲିଥାଏ। ଏଭଳି ଏକ ଘଟଣା ଥାନା ନିକଟସ୍ଥ କିଲାବାଡ଼ି ଗାଁ ନିକଟ ଏକ ଜଙ୍ଗଲରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ଜୁଆ ଖେଳୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା। ପୋଲିସ ଗାଡ଼ି ଦେଖି କିଛି ଜୁଆ ଖେଳାଳି ଦୌଡ଼ି ଫେରାର ହେବାରେ ସଫଳ ହୋଇଥିବା ବେଳେ ୧୩ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ