କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ରେ ଦାମଦୁଆ କୁ ହରାଇ ବ୍ରାହ୍ମଣୀଗାଁ ବିଜୟ ଲାଭ କରିଲା

Jun 7, 2026 - 21:39
 0  2
କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ  ଫାଇନାଲ ରେ ଦାମଦୁଆ କୁ ହରାଇ ବ୍ରାହ୍ମଣୀଗାଁ ବିଜୟ ଲାଭ କରିଲା

ଦାରିଙ୍ଗବାଡି ତା: ୭/୬ ( ସଲମନ୍ ବିନ୍ଧାଣୀ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତ ର କିନାରୀ ଗାଁ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଥିଲା, ଏହା ମଇ ମାସ ୧୪ତାରିଖ ରୁ ଆରମ୍ଭ ହୋଇ ଜୁନ୍ ମାସ ୭ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରବିବାର ଦିନ କନ୍ଧମାଳ। ଜିଲ୍ଲା ବ୍ରାହ୍ମଣୀଗାଁ ଓ ଗଜପତି ଜିଲ୍ଲା ର ଦମାଦୁଆ ଟିମ୍ ସହ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା , ଏଥିରେ ବ୍ରାହ୍ମଣୀଗାଁ ଟିମ୍ ବିଜୟୀ ହୋଇଥିଲେ। ୧୨ଓଭର ଖେଳ ରେ ୭ୱିକେଟ୍ ବିନିମୟରେ ବ୍ରାହ୍ମଣୀଗାଁ ଟିମ୍ ୧୧୧ ରନ ସଂଗ୍ରହ କରି ବିଜୟ ହୋଇଥିବା ବେଳେ, ଦାମାଦୁଆ ଟିମ୍ ୧୨ଓଭର୍ ଖେଳି ୮ ୱିକେଟ୍ ବିନିମୟ ରେ ୧୦୬ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ। ଏହାପରେ ଖେଳ ପଡ଼ିଆ ମଧ୍ୟରେ ପୁରସ୍କାର ବିତରଣୀ ସଭା ର ଆୟୋଜନ କରାଯାଇ ଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସମିତି ସଭ୍ୟା ଜଲିତା ମାଝୀ, ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ , ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ୍ ପ୍ରଧାନ,ବିଧାୟକ ପ୍ରତିନିଧି ପ୍ରମୋଦ କୁମାର ଦିଗାଲ, କଂଗ୍ରେସ୍ ବ୍ଲକ୍ ସଭାପତି ଯିରିମିୟ ପ୍ରଧାନ,ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ସଭାପତି ଗଣେଷ ଡାକୁଆ, ସଧାରଣ ସମ୍ପାଦକ ଶ୍ୟାମ ମହାକୁଡ଼ , ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳୀ ଭାବେ ବ୍ରାହ୍ମଣୀଗାଁ ଟିମ୍ ର ସହନ ସଭା ସୁନ୍ଦର ଏବଂ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ରାହୁଲ ସଭା ସୁନ୍ଦର ଙ୍କୁ ପ୍ରଦାନ କରାଯାଇ ଥିଲା । ଦମାଦୂଆ ଟିମ୍ ର ଶ୍ରୀକାନ୍ତ ନାୟକ ଙ୍କୁ ଉତ୍ତମ ବ୍ୟାଟ୍ସ ମ୍ୟାନ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କାରି ଟିମ୍ ଭାବେ ଦାମାଦୂଆ ଟିମ୍ କୁ ପୁରସ୍କୃତ କରାଯାଇ ଥିଲା ଏହି ଟୁର୍ଣ୍ଣାମେଣ୍ଟ ର ଆୟୋଜକ କମିଟି ସଭାପତି ଅଶୋକ ବେହେର ଦଳେଇ ,ସମ୍ପାଦକ କୁନାଲ ଦିଗାଲ ଙ୍କ ନେତୃତ୍ୱ ରେ ଅଜିତ ବେହେର ଦଳେଇ, ଅକ୍ଷୟ କୁମାର ପାତ୍ର, ଭାଗି ପାତ୍ର, ଆଲୋକ ଦନା ବିଶୋୟୀ, ଗୋଲକ ଦନା ବିଶୋୟୀ ସମେତ ଗ୍ରାମର ଯୁବ ବର୍ଗ , ସ୍ୱୟଂ ସହାୟିକା ମହିଳା ଓ ଗ୍ରାମବାସୀ ମାନେ ସାମିଲ ହୋଇ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ। ବ୍ରାହ୍ମଣୀଗାଁ ପୋଲିସ୍ ଟିମ୍ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ