ଓଡିଶା ଏବଂ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଲେ ଶିକ୍ଷକ କାର୍ତିକ ନାୟକ
ରାଇକିଆ ( ରୋନାଲ ଦିଗଲ ):ଫାଷ୍ଟ ନିୟୁଜ ଓଡିଶା ) ଓଡିଶା ବାସ୍କେଟବଲ୍ ଏସୋସିଏସନ୍ର ଆୟୋଜନରେ କଟକଠାରେ ଅନୁଷ୍ଠିତ ୬୨ତମ ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ୍ ଚ୍ୟାମ୍ପିଅନସିପ୍ରେ କନ୍ଧମାଳ ଜିଲ୍ଲାର ଯୁବ ଖେଳାଳିମାନେ ଯୋଗଦାନ କରି ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ନୀଳାଞ୍ଚଳ ଦିଗାଲ, ଜିନେଶ ଶୋଭାସୁନ୍ଦର, ଦୀନେଶ ଶୋଭାସୁନ୍ଦର, ସନ୍ଦୀପ ନାୟକ, ଶକ୍ତି ନାୟକ, ଫିରୋଜ ଦିଗାଲ, ରାଜଶେଖର ନାୟକ, ଲିଲୁ ମଲ୍ଲିକ, ଯଶଭୀର ମଣ୍ଡଳ, ସାହିଲ କୁମାର ପ୍ରଧାନ, ରାଜା ବଳିୟାରସିଂ ଓ ଅଳ୍ପଚନ୍ଦ ବଳିୟାରସିଂ ଅଂଶଗ୍ରହଣ କରିଥିଲେ। ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ କାର୍ତ୍ତିକ ନାୟକ କନ୍ଧମାଳ ଦଳର ମ୍ୟାନେଜର କମ୍ କୋଚ୍ ଭାବେ ନେତୃତ୍ୱ ନେଇଛନ୍ତି. ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ବାସ୍କେଟବଲ୍ ଏସୋସିଏସନ୍ର ସମ୍ମାନନୀୟ ସଚିବ ଆଶିଷ କୁମାର ସାହୁ, ଓଡିଶା ଓଲିମ୍ପିକ୍ ଏସୋସିଏସନ୍ କଟକର ସଚିବ ପଲ୍ ସର୍ ଓ କନ୍ଧମାଳ ଜିଲ୍ଲା ଏଥ୍ଲେଟିକ୍ସ ଏସୋସିଏସନ୍ର ସଚିବ ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ସହିତ ଅନ୍ୟାନ୍ୟ ଗରିମାମୟ ଅତିଥିମାନେ ଉପସ୍ଥିତ ଥିଲେ। ଖେଳାଳିମାନଙ୍କ ଏହି ଅଂଶଗ୍ରହଣ ଦ୍ୱାରା ଜିଲ୍ଲାରେ ବାସ୍କେଟବଲ୍ କ୍ରୀଡା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି କ୍ରୀଡାପ୍ରେମୀମାନେ ଆଶା ପ୍ରକାଶ କରିବା ସହ ଆୟୋଜନ ଅତ୍ୟନ୍ତ ସୁଚାରୁ ଓ ସଫଳ ହୋଇଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଵଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ କ୍ରୀଡ଼ା ବିଭାଗର ଅଧିକାରୀମାନେ ପ୍ରଶଂସା କରିଥିଲେ|
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0